Latest Odisha News

BREAKING NEWS

ଜେଏସ୍‌ପିଏଲ୍ ଅନୁଗୁଳ କାରଖାନା ପରିଦର୍ଶନ କଲ‌େ ଖୋର୍ଦ୍ଧା ରେଳ ଡି.ଆର୍‌.ଏମ୍‌

ଅନୁଗୁଳ: ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍ ରେଲ୍‌ୱେ ମ୍ୟାନେଜର ଶଶୀକାନ୍ତ ସିଂହ ଗୁରୁବାର ଦିନ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି।

ଏହି ସମୟରେ ଉଭୟ ରେଳବାଇ ଓ ଜେଏସ୍‌ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭି.ଆର୍‌. ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଶ୍ରୀ ସିଂହ ଇସ୍ପାତ କାରଖାନା ପରିସର ବୁଲିବା ସହିତ ଉଭୟ ରେଳବାଇ ଓ ଜେଏସ୍‌ପିଏଲ୍ ମଧ୍ୟରେ ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ।

ଏହି ପରୀପ୍ରେକ୍ଷୀରେ ଶ୍ରୀ ସିଂହ କହିଥିଲେ ଯେ, “ଜେଏସ୍‌ପିଏଲ୍ ଇସ୍ପାତ କାରଖାନାର କ୍ଷମତା ସଂପ୍ରସାରଣ ଯୋଜନା ରହିଛି । ଆଜିର ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ଏହି ଯୋଜନା ସହିତ ପୂର୍ବତଟ ରେଳର ସମନ୍ୱୟ କରିବା, ଯାହାଦ୍ୱାରା ଜେଏସ୍‌ପିଏଲ୍‌ର ଇସ୍ପାତ ଉତ୍ପାଦନ ବୃଦ୍ଧିରେ ଆମେ ଆବଶ୍ୟକ ସହଯୋଗ କରିପାରିବୁ”।

ସେ ଆହୁରି ମଧ୍ୟ କହିଛନ୍ତି ଯେ,”ଆମର ଲକ୍ଷ୍ୟ ହେଉଛି ଏକ ସମୟରେ କାରଖାନା ପରିସର ଭିତରେ ଏବଂ ରେଳ ଟ୍ରାକ୍‌ରେ କାର୍ଯ୍ୟ କରି ମାଲ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା। ଯାହା ଫଳରେ ଜେଏସ୍‌ପିଏଲ୍‌ର କଞ୍ଚାମାଲ ଓ ଉତ୍ପାଦ ପରିବହନରେ କୌଣସି ସମସ୍ୟା ରହିବ ନାହିଁ।

ତେବେ ଉଭୟ ଜେଏସ୍‌ପିଏଲ୍ ଏବଂ ପୂର୍ବତଟ ରେଳର ପ୍ରତିନିଧିମାନେ ପାରସ୍ପରିକ ବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ମାଲ ପରିବହନ ଆବଶ୍ୟକତା ଏବଂ ଉତ୍ତମ ସମନ୍ୱୟ ସଂପର୍କରେ ପ୍ରତିମାସରେ ବୈକଳ୍ପିକ ଭାବରେ ଅନୁଗୁଳ ଓ ଖୋର୍ଦ୍ଧାରେ ବୈଠକ କରି ଆଲୋଚନା କରିବେ। ଏହା ସହିତ ଜେଏସ୍‌ପିଏଲ୍‌ର ରେକ ପରିବହନ ପାଇଁ ହେଉଥିବା ବିଦ୍ୟୁତ ଆବଶ୍ୟକତା ଓ ବିଦ୍ୟୁତ ଭିତ୍ତିଭୂମରେ ବିକାଶ ବିଷୟରେ ଶ୍ରୀ ସିଂହ ଆଲୋଚନା କରିଛନ୍ତି।

ଏହି ପରିଦର୍ଶନ ପାଇଁ ଶ୍ରୀ ସିଂହ ଏବଂ ତାଙ୍କ ଟିମ୍‌କୁ ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍‌. ଶର୍ମା ଧନ୍ୟବାଦ ଦେଇ କହିଛନ୍ତି ଯେ,”ଜେଏସ୍‌ପିଏଲ୍ ଅନୁଗୁଳ କାରଖାନା, ତାହାର ଅଭିବୃଦ୍ଧି ଯୋଜନା ହାସଲ କରିବା ସହିତ ଆତ୍ମନିର୍ଭର ଭାରତରେ ଯୋଗଦାନ କରିବା ପାଇଁ ପୂର୍ବତଟ ରେଳର ସହଯୋଗ ନିତ୍ୟାନ୍ତ ଆବଶ୍ୟକ।

ଏହି ପରିଦର୍ଶନରେ ପୂର୍ବତଟ ରେଳର ଇଂଜିନିୟରିଂ ବିଭାଗ, ଅପରେସନ ବିଭାଗ, କମର୍ସିଆଲ୍ ବିଭାଗ, ସିଭିଲ ଇଂଜିନିୟରିଂ ବିଭାଗ, ସିଗ୍ନାଲିଂ ବିଭାଗ ଏବଂ ମେକାନିକାଲ ବିଭାଗର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.