Latest Odisha News

BREAKING NEWS

ଜନସଂଖ୍ୟାର ୨୧% ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି: ସେରୋ ସର୍ଭେ

ନୂଆଦିଲ୍ଲୀ : ଦେଶର ଜନସଂଖ୍ୟାର ୨୧% ଲୋକ ଅର୍ଥାତ ୧୦ ବର୍ଷରୁ ଅଧିକ ବୟସ କରୋନାରେ ଆକ୍ରାନ୍ତ । ଏନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଜାତୀୟ ସେରୋ ସର୍ଭେରୁ ଜଣାପଡ଼ିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ତଥ୍ୟ ଦେଇଛି ଆଇସିଏମଆର । ଏହି ସର୍ଭେର ରିପୋର୍ଟ ୨୧% ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।

ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ, ଡିସେମ୍ବର ୭ରୁ ଜାନୁଆରି ୮ ମଧ୍ୟରେ ସର୍ଭେ କରାଯାଇଥିବା ୨୮ ହଜାର ୫୮୯ ଜଣଙ୍କ ମଧ୍ୟରୁ ୧୮ବର୍ଷ ଓ ୧୮ବର୍ଷରୁ ଅଧିକ ବୟସର ୨୧.୪ ପ୍ରତିଶତ ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି । ଏହାସହ ୨୮ ହଜାର ୫୮୯ ଜଣଙ୍କ ମଧ୍ୟରୁ ୧୦ରୁ ୧୭ ବର୍ଷ ବୟସର ୨୫.୩ ପ୍ରତିଶତ ପିଲା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ଗ୍ରାମାଞ୍ଚଳର ୧୯.୧ପ୍ରତିଶତ ତୁଳନାରେ ସହରାଞ୍ଚଳ ବସ୍ତିର ୩୧.୭ ପ୍ରତିଶତ ଏବଂ ସହରାଞ୍ଚଳ ଅଣବସ୍ତିର ୬.୨ ପ୍ରତିଶତରେ ସାର୍କ-କୋଭ-୨ର ଅଧିକ ପ୍ରାଦୁର୍ଭାବ ରହିଥିଲା । ଏହା ସହ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ୨୩.୪ ପ୍ରତିଶତ ଲୋକ କରୋନାରେ ପୀଡିତ ହୋଇଥିଲେ ବୋଲି ଭାର୍ଗବ କହିଛନ୍ତି ।

Leave A Reply

Your email address will not be published.