Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ଅବହେଳା, ଘର ନିକଟରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ମାରାତ୍ମକ ତ୍ରୁଟି ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘର ନୋ ଫ୍ଲାଇଜୋନରେ ଥିଲେ ମଧ୍ୟ ତାଙ୍କ ବାସଭବନ ନିକଟରେ ଡ୍ରୋନ ଉଡିଥିବା ଅଭିଯୋଗ ଆସିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଡ୍ରୋନ ଉଡାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି । ଗତ ବର୍ଷ ମାର୍ଚ୍ଚରେ ମଧ୍ୟ କିଛି ଲୋକ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ । ସେହିପରି ଜୟପୁର ଗସ୍ତ ଅବସରରେ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ରାଫିକ ଜାମର ସମ୍ମୁଖୀନ ହୋଇଥିଲେ । ୨୦୧୧ରେ କେଜ୍ରିୱାଲଙ୍କ ସୁରକ୍ଷା ହ୍ରାସ କରାଯାଇଥିଲା ।

ଏଥିନେଇ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଥିବା ସ୍ପଷ୍ଟ କରାଯାଇଥିଲା । ଡ୍ରୋନ ଉଡାଇଥିବା ବ୍ୟକ୍ତି ଧରା ପଡିଲେ ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.