Latest Odisha News

BREAKING NEWS

ରାଜଧାନୀରେ ଉଡ଼ିଲା ଡ୍ରୋନ; ମାରିବ ମଶା

ଭୁବନେଶ୍ୱର: ଭୁବନେଶ୍ୱରକୁ ମଶମୁକ୍ତ କରିବ ଡ୍ରୋନ  । ଟିଫା ଫେଲ ମାରିବା ପରେ ଏବେ ଡ୍ରୋନ ସାହାଯ୍ୟରେ ବିଏମସି ଆରମ୍ଭ କରିବ ମଶମରା ଅଭିଯାନ । ଆଜିଠାରୁ ବିଏମସି ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି  । ସାତ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ଠରର ମଶପ୍ରବଣ ଅଞ୍ଚଳର ପ୍ରଥମେ ପରୀକ୍ଷା କରାଯିବ।

କେଉଁ କେଉଁ ଅଞ୍ଚଳରେ ମଶାମରା ଔଷଧ ସିଞ୍ଚନ କରାଯିବ ତାହାର ଫଟୋ ପ୍ରଥମେ ନିଆଯିବ ।  ପ୍ରଥମ ଦୁଇ ଦିନ  ଫଟୋ  ନିଆଯିବା ପରେ ଔଷଧ ସିଞ୍ଚନ ଆରମ୍ଭ କରାଯିବ । ପରବର୍ତ୍ତୀ ୫ ଦିନ ଧରି ଡ୍ରୋନ ସାହାଯ୍ୟରେ ଔଷଧ ସିଞ୍ଚନ କରାଯିବ ।

ବିଏମସିର ୧୪ ନମ୍ବର ଜୋନ ନୀଳାଦ୍ରି ବିହାର ଅଞ୍ଚଳରୁ  ପ୍ରଥମେ ଫଟୋ ନିଆଯାଉଛି । ପରବର୍ତ୍ତୀ ସମୟରେ ଅନ୍ୟ ଅଞ୍ଚଳରୁ ଫଟୋ ନିଆଯିବ । କଲିକତାର ଏକ ସଂସ୍ଥା ସହଯାେଗରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବାରୁ  ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବା ବୋଲି  ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ ।

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ । ଗାଡ଼ି ଯାଇପାରୁନଥିବା ଅଞ୍ଚଳ ଏବଂ ଅବ୍ୟବହୃତ ଜଳାଶୟରେ ଡ୍ରୋନ୍ ଦ୍ୱାରା କେମିକାଲ ସ୍ପ୍ରେ କରାଯିବ ବୋଲି । ଡ୍ରୋନ୍ ସହ ମଶା ଧୂଆଁ ଗାଡ଼ି ସଂଖ୍ୟା ବଢ଼ିବ ଏବଂ ବୁଶ୍ କଟିଂ ଟିମ୍ ବୃଦ୍ଧି କରାଯିବ ବୋଲି ବିଏମସି କମିଶନର କହିଥିଲେ ।

Leave A Reply

Your email address will not be published.