Latest Odisha News

BREAKING NEWS

ଦୃଷ୍ଟିହୀନ ଟି୨୦ ବିଶ୍ୱକପ: ଭାରତକୁ କ୍ରମାଗତ ତୃତୀୟ ଟାଇଟଲ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ଦୃଷ୍ଟହୀନ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ବାଂଲାଦେଶକୁ ୧୨୦ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତର ଏହା କ୍ରମାଗତ ତୃତୀୟ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ପ୍ରଥମ ୨ଟି ୱିକେଟ ମାତ୍ର ୨୯ ରନରେ ହରାଇବା ପରେ ସୁନୀଲ ରମେଶ (୧୩୬ ନଟଆଉଟ) ଓ କୁମାର ରେଡ୍ଡୀ (୧୦୦ ନଟଆଉଟ) ଶତକ ହାସଲ କରି ଦଳକୁ ମଜଭୁତ ସ୍ଥିତିରେ ପଂହଚାଇଥିଲେ । ସେମାନେ ତୃତୀୟ ୱିକେଟରେ ୨୪୭ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଜବାବରେ ବାଂଲାଦେଶ ଟିମ ୨୦ ଓଭରରେ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ବାଂଲାଦେଶ ସହଜରେ ହାରି ଯାଇଥିଲା ।

ଭାରତରେ ଆୟୋଜିତ ଏହି ସଂସ୍କରଣରେ ଅଷ୍ଟ୍ରେଲିଆ, ବାଂଲାଦେଶ, ନେପାଳ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଟିମ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ୨୦୧୨ ଓ ୨୦୧୭ରେ ମଧ୍ୟ ଭାରତ ଟାଇଟଲ ହାସଲ କରିଥିଲା । ପୂର୍ବରୁ ସେମିଫାଇନାଲରେ ଭାରତ ୨୦୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା । ବିଭିନ୍ନ ମହଲରୁ ଟିମ ଇଣ୍ଡିଆ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.