Latest Odisha News

BREAKING NEWS

[ଭିଡ଼ିଓ] ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ ଶୁଭାରମ୍ଭ

ପୁରୀ: ନୂଆବର୍ଷ ପାଇଁ ପୁରୀରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଆଜିଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରରେ ଚାଲିବ ଡ୍ରଙ୍କ ଏଣ୍ଡ ଡ୍ରାଇଭ କାର୍ଯ୍ୟକ୍ରମ । ଭିଆଇପି ରୋଡର ସୁବାଷ ବୋଷ ଛକରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ର ଶୁଭାରମ୍ଭ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଉଥିବା ମଦ୍ୟପଙ୍କୁ ସାବାଡ କରିବା ପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛି ପୁରୀ ପୁଲିସ ।

ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀର ସମସ୍ତ ଥାନା ଅଞ୍ଚଳରେ ଡ୍ରଙ୍କ ଏଣ୍ଡ ଡ୍ରାଇଭ କରାଯିବ। ସବୁ ଥାନାକୁ ଆଲକୋହଲ ବ୍ରେଥ ଆନାଲାଇଜର ମେସିନ ଇସ୍ଯୁ କରାଯାଇଛି । ଭିଆଇପି ରୋଡର ସୁବାଷ ବୋଷ ଛକ ନିକଟରେ ଗାଡି ଯାଞ୍ଚ କରିବା ସହ ଆଲକୋହଲ ବ୍ରେଥ ଆନାଲାଇଜର ମେସିନ ଦ୍ୱାରା ଚାଳକଙ୍କୁ ଯାଞ୍ଚ କରାଯାଇଛି ।

ଯେଉଁ ମାନେ ମଦ୍ୟପାନ କରିଛନ୍ତି ସେମାନଙ୍କୁ ଫାଇନ କରାଯିବା ସହ ଆଉ ମଦ୍ୟପାନ କରି ଗାଡି ନଚଳାଇବା ଲାଗି ତାଗିଦ କରାଯାଇଛି। ମଦ୍ୟପାନ କରି ଗାଡି ଚଳାଇବା ଉପରେ ମୋଟର ଯାନ ଆଇନରେ ଗିରଫ କରିବା ଲାଗି ମଧ୍ୟ କଠୋର ବ୍ୟବସ୍ଥା ରହିଛି। ଏଣୁ ମଦ୍ୟପାନ କରି ଗାଡି ନଚଳାଇବାକୁ ପୁରୀ ପୁଲିସ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

Leave A Reply

Your email address will not be published.