Latest Odisha News

ଯାତ୍ରୀଙ୍କୁ ଘାରୁଛି ଟ୍ରାଫିକ୍ ଫାଇନ୍,‘ମୋ ବସ’ରେ ଜମୁଛି ଭିଡ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଥିବା ଟ୍ରାଫିକ୍ ନିୟମ୍ ଯୋଗୁଁ ଟ୍ୱିନସିଟିର ବାସିନ୍ଦା ଏବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ତଥା ମୋ ବସ ଉପରେ ଅଧିକ ନିର୍ଭର କରୁଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଯାହାର ପରିଣାମ ସ୍ୱରୂପ ଶୁକ୍ରବାର ଦିନ ମୋ ବସରେ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟାତ କରିଥିବା ରେକର୍ଡ କରାଯାଇଛି ।

ଏନେଇ ଟ୍ୱିଟ୍ କରିଛନ୍ତି କ୍ରୁଟର ଏମଡି ଅରୁଣ ବୋଥ୍ରା ।

ମୋ ବସରେ ପାଖାପାଖି ୭୦ରୁ ୭୨ ହଜାର ଲୋକ ଯାତାୟାତ କରୁଥିବାବେଳେ ଶୁକ୍ରବାର ଦିନ ପ୍ରାୟ ୯୫ ହଜାର ବ୍ୟକ୍ତି ଯାତ୍ରା କରିଥିବା ନେଇ ରେକର୍ଡ କରାଯାଇଛି ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ବସରେ ଗୋଟିଏ ଦିନରେ ଯାତ୍ରୀମାନଙ୍କର ସଂଖ୍ୟା ସର୍ବାଧିକ ରହିଥିଲା ।

ଏହାମଧ୍ୟରେ ରାଜ୍ୟରେ ଟ୍ରାଫିକ୍ ଯାଞ୍ଚ କଡାକଡି କରାଯାଉଥିବା ବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ଲାଗି ରାଜ୍ୟ ସରକାର ଗାଡି ଚାଳକମାନଙ୍କ ଲାଗି ବୈଧ ‘ପ୍ରଦୂଷଣ ପ୍ରମାଣପତ୍ର’ ପାଇବା ତାରିଖକୁ ଆସନ୍ତା ଅକ୍ଟୋବର ୬ ଯାଏଁ ଘୁଞ୍ଚାଇଛନ୍ତି । ଯାହାଫଳରେ ଏବେ ପାଖାପାଖି ମାସେ ଯାଏଁ ଗାଡି ପ୍ରଦୂଷଣ ଚେକିଂକୁ କୋହଳ କରାଯିବ ।

Leave A Reply

Your email address will not be published.