Latest Odisha News

ବିମାନରେ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ; ନିଶାସକ୍ତ ଅବସ୍ଥାରେ ମହିଳା ପାସେଞ୍ଜରଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ମଦ ନିଶା କଣ ବା ନକରି ପାରେ  । ବିମାନରେ ସେଭଳି କିଛି କାଣ୍ଡ ଘଟାଇଛନ୍ତି ଜଣେ ଯାତ୍ରୀ। ମଦ ନିଶାରେ ମହିଳା କୋ-ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଲେ ଯାତ୍ରୀ  । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଏନେଇ ମହିଳା ଯାତ୍ରୀ ଜଣକ ଟାଟା ଗ୍ରୁପ୍ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଏୟାର ଇଣ୍ଡିଆ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇ ନାହିଁ  ।

ଗତ ନଭେମ୍ବର ୨୬ତାରିଖରେ ଏୟାର ଇଣ୍ଡିଆ ବିମାନରେ ଏଭଳି ଘଟଣା ଘଟିଥିଲା । ଜଣେ ନିଶାସକ୍ତ ପାସେଞ୍ଜର ତାଙ୍କ ପାଖରେ ବସିଥିବା ମହିଳା କୋ ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଇଥିଲେ । ନିଶାସକ୍ତ ଯାତ୍ରୀଙ୍କ ଏଭଳି ବ୍ୟବହାର ବିଷୟରେ ମହିଳା ଜଣକ କ୍ରୁ ମେମ୍ବରଙ୍କୁ ଜଣାଇଥିଲେ । ହେଲେ କ୍ରୁ ମେମ୍ବର ମହିଳାଙ୍କୁ ଡ୍ରେସ୍ ଏବଂ ସ୍ଲିପର ଦେଇ ତାଙ୍କୁ ତାଙ୍କ ସିଟକୁ ଫେରିଯିବାକୁ କହିଥିଲେ  ଆଉ ମହିଳା ଜଣକ ଅଲଗା ସିଟ୍ ଦେବାକୁ ଅନୁରୋଧ କରିଥିଲେ କିନ୍ତୁ ମଦ୍ୟ କ୍ରୁ ମେମ୍ବର କିଛି ଶୁଣିନଥିଲେ  ।

ମହିଳାଙ୍କ ଅଭିଯୋଗ ପରେ ମଧ୍ୟ ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ କର୍ତ୍ତୁପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ  । ଏଥିରେ କ୍ଷୁବ୍ଧ ହୋଇ ମହିଳା ଜଣକ ଟାଟା ଗ୍ରୁପ ଚେୟାରମ୍ୟାନଙ୍କୁ ଚିଠି ଲେଖିଥିଲେ  । ବିମାନରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଦେଖାଇଥିବା ଯାତ୍ରୀଙ୍କୁ ନୋ ଫ୍ଲାଏ ଲିଷ୍ଟରେ ସାମିଲ କରିବାକୁ ଏୟାର ଇଣ୍ଡିୟା ପକ୍ଷରୁ ସୁପାରିସ କରାଯାଇଛି । ତେବେ ସରକାରୀ କମିଟି ଅଧୀନରେ ଏହି ଫଇସଲା ରହିଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି  ।

Leave A Reply

Your email address will not be published.