Latest Odisha News

BREAKING NEWS

ଓଡ଼ିଶାରେ କରୋନା ଟିକାକରଣ ନେଇ ଆରମ୍ଭ ହେଲା ଅଭ୍ୟାସ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇଛି କରୋନା ଟିକାର ଡ୍ରାଏ ରନ୍ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ମକ୍ ଡ୍ରିଲ ଶୁଭାରମ୍ଭ ହୋଇଛି । ଡ୍ରାଏ ରନର ସେ ତଦାରଖ କରିଛନ୍ତି । ଏହାପରେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଦେଶର ଏକମାତ୍ର ରାଜ୍ୟ ଭାବରେ ଓଡିଶାର ସବୁ ଜିଲ୍ଲାରେ ଡ୍ରାଏ ରନ୍ ବ୍ୟବସ୍ଥା ହୋଇଛି ।

ରାଜ୍ୟର ସବୁ ଜିଲ୍ଲାରେ ଡ୍ରାଏ ରନ୍ ପାଇଁ କେନ୍ଦ୍ରକୁ କୁହାଯାଇଥିଲା । ରାଜ୍ୟର ୩୧ଟି ହସ୍ପିଟାଲରେ ଚାଲିଛି ଡ୍ରାଏ ରନ୍ । ଭ୍ୟାକ୍ସିନ ଆସିଲେ ବିତରଣର କୌଣସି ଅସୁବିଧା ହେବନାହିଁ ।

Leave A Reply

Your email address will not be published.