Latest Odisha News

BREAKING NEWS

ଖୁବଶୀଘ୍ର ମୌସୁମୀ ଅପସାରଣ କରିବ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ ସୂଚନା ଦେଇଛି।

ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।ଏଥିସହିତ ଅକ୍ଟୋବର ୧୧ ଓ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ହୋଇପାରେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ଅକ୍ଟୋବର ୧୧ ତାରିଖରେ କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ।

ଆଗାମୀ ୩-୪ ଦିନ ମଧ୍ୟରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ସମେତ ବିହାରର ଝାଡ଼ଖଣ୍ଡ , ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ, ସିକିମ୍ ସହିତ ଓଡ଼ିଶା ଏବଂ ତେଲେଙ୍ଗାନାର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଅପସାରଣ ପାଇଁ ପରିସ୍ଥିତି ଅନୁକୂଳ ଥିବା ନେଇ ସୂଚନା ମିଳିଛି।

ଏହା ପରେ ବର୍ଷା ହେବାର କୌଣସି ସଂକେତ ନଥିବା ନେଇ ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଏଥିସହିତ ରାଜ୍ୟକୁ ପୁଣି ଥରେ ଶୁଖିଲା ପାଗ ଫେରିବ ବୋଲି ରିପୋର୍ଟରୁ ଜଣାପଡିଛି।

 

Comments are closed.