Latest Odisha News

BREAKING NEWS

[ଭିଡ଼ିଓ] ଦେବାଦେବୀଙ୍କ ଦେହରୁ ବାହାରୁଛି ଝାଳ!

ଭୋପାଳ: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଆଖି ସାମନାରେ ଘଟୁଛି ଘଟଣା ସବୁ। ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ଏଇ ଯେମିତି ଦେବତାଙ୍କ ଦେହରୁ ବାହାରୁଛି ଝାଳ। ଏହି ଘଟଣା ଶୁଣିଲେ ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ । ହେଲେ ଏହା ବାସ୍ତବରେ ଲୋକଙ୍କ ସମ୍ମୁଖରେ ହିଁ ଘଟିଥାଏ।

ମଧ୍ୟପ୍ରଦେଶ ଜବଲପୁରରେ ରହିଛି ମାଆ କାଳୀଙ୍କ ମନ୍ଦିର । ହେଲେ କିଛି ଅଲୌକିକ ଘଟଣା ଶ୍ରଦ୍ଧାଳୁଙ୍କ ସାମନାକୁ ଆସିଯାଏ। ମାଆଙ୍କ ପ୍ରତିମାରୁ ବାହରୁଛି ଝାଳ। ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି ।

ତେବେ ଲୋକଙ୍କ କହିବା ଅନୁସାରେ ଅସହ୍ୟ ଗରମ ହେଲେ ଏହି ଘଟଣା ଦେଖିବାକୁ ମିଳିଥାଏ। ମା କୌଣସି ହାଲରେ ଗରମ ସହ୍ୟ କରିପାରନ୍ତି ନାହିଁ। ଅଧିକ ଉତ୍ତାପ କାରଣରୁ ମାଆଙ୍କ ପ୍ରତିମାରୁ ଝାଳ ନିର୍ଗତ ହୋଇଥାଏ। ତେଣୁ ଏହି ମନ୍ଦିରରେ ସବୁବେଳେ ଏସି ଚଲାଯାଇଥାଏ।

ଜବଲପୁରର ଏହି ମନ୍ଦିର ବହୁ ପୁରୁଣା ହୋଇଥିବା ବେଳେ ରହିଛି ମାଆଙ୍କର ବିଶାଳ ମୂର୍ତ୍ତି। ପ୍ରାୟ ୬ଶହ ବର୍ଷ ତଳର ଏହି ମୂର୍ତ୍ତି ପ୍ରତିଷ୍ଠା ହୋଇଥିବା ବିଶ୍ୱାସ ରହିଛି।

ତେବେ ଏହି ମନ୍ଦିରରେ ଘଟୁଥିବା ଅଲୌିକ ଘଟଣା ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ କଥା ରହିଛି। ହେଲେ ପ୍ରକୃତରେ କଣ ରହିଛି ଏଠାରେ ରହସ୍ୟ କାହାକୁ ଜଣା ନାହିଁ।

Comments are closed.