Latest Odisha News

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ: ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡା: ଲଗାଣ ବର୍ଷାରେ ଭାସି ଯାଇଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରସ୍ଥିତ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ । ମଙ୍ଗଳବାର ରାତି ସାରା ଉପରମୁଣ୍ଡରେ ପ୍ରବଳ ଜୋରରେ ବର୍ଷା ଲାଗି ରହିଥିଲା। ଯାହାଫଳରେ ପୋଲଟି ଭାସି ଯାଇଛି । ଏହାଦ୍ୱାରା ୬ଟି ପଞ୍ଚାୟତ ଯଥା କଲ୍ୟାଣସିଂହପୁର, ପୂଜାରିଗୁଡ଼ା, ସୁନାଖଣ୍ଡି,ପାରସାଲି, ପଲମା ଓ କନ୍ଧକାତିପାଡୁ ବିଛିନ୍ନ ହୋଇ ଯାଇଛି । ଏହି ପୋଲ ଦେଇ ପ୍ରତିଦିନ ପ୍ରାୟ ୨ ହଜାର ଲୋକ ଯାତାୟାତ କରୁଥିବା ବେଳେ ଏବେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

୨୦୧୭ ମସିହା ଜୁଲାଇ ୧୬ ତାରିଖରେ ପ୍ରବଳ ବନ୍ୟା ଯୋଗୁ ଏଠାରେ ଥିବା ସ୍ଥାୟୀ ପୋଲ ଟି ଭାଙ୍ଗି ଯାଇଥିଲା।ଯାହାପରେ ପ୍ରଶାସନ ପକ୍ଷରୁ ଏହି ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲଟି ଭାଙ୍ଗି ଯାଇଥିବା ବେଳେ ସ୍ଥାୟୀ ପୋଲ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ବାସିନ୍ଦା ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।

Leave A Reply

Your email address will not be published.