Latest Odisha News

BREAKING NEWS

ଓ୍ୱାର୍ଲଡ ୟୁଥ ସ୍କିଲ ଡେ: ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓ୍ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଅବସରରେ ଦେଶବାସୀଙ୍କୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେନ୍ଦ୍ର ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ପାଞ୍ଚ ବର୍ଷ ବି ପୂରୁଛି ।

ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ କନକ୍ଲେଭର ଆୟୋଜନ କରାଯାଇଛି । ଏହା ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ସ୍କିଲ ଇଣ୍ଡିଆ । ଦେଶର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ସହ ସଶକ୍ତ କରିବା ମୁଖ୍ୟ ଉଦ୍ଦେଶ୍ୟ । ସ୍କିଲ୍ ଇଣ୍ଡିଆରେ ସବୁ ପ୍ରକାର ପାଠ୍ୟକ୍ରମକୁ ସାମିଲ କରାଯାଇଛି ।

Leave A Reply

Your email address will not be published.