Latest Odisha News

BREAKING NEWS

ଦୀପାବଳିରେ ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବା ମନା

ପୁରୀ: ଦୀପାବଳିରେ ଜଗା ଦର୍ଶନ ବନ୍ଦ ରହିବ। ଆସନ୍ତା ୪ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରିହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡ଼ବଡ଼ିଆ ଡ଼ାକିବା ପାଇଁ ସିଂହଦ୍ୱାରରେ ଏକତ୍ରିତ ହୋଇଥାନ୍ତି। ସମସ୍ତଙ୍କ ସହ ମିଶି କାଉଁରିଆ କାଠି ଜାଳିଥାନ୍ତି।

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଡ଼ିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି। ଏହାସହ କାଳୀପୂଜାରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ।

Comments are closed.