Latest Odisha News

BREAKING NEWS

ଆଜିଠୁ ଭୋଟର ତାଲିକା ସଂଶୋଧନ ପକ୍ରିୟା ଆରମ୍ଭ, ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ୱର: ଆଜିଠୁ ଭୋଟରତାଲିକା ସଂଶୋଧନ ପକ୍ରିୟା ଆରମ୍ଭ ।୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଯେଉଁମାନଙ୍କ ନାଁ ଭୋଟର ଲିଷ୍ଟରେ ନଥିବା କିମ୍ବା ଯେଉଁ ବ୍ୟକ୍ତିମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ ସେମାନେ ସଂଶୋଧନ କରିପାରିବେ। ଯେଉଁମାନେ ଭୋଟର ତାଲିକାରୁ ନାଁ କାଟିବାକୁ ଚାହୁଁଥିବେ ସେମାନେ ଆବେଦନ କରିପାରିବେ ।

ଅନ୍ୟପଟେ ଜାନୁଆରୀ ପହିଲା ଭିତରେ ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଭୋଟର ତାଲିକାରେ ସାମିଲ ହେବେ।ଅନଲାଇନ ମାଧ୍ୟମରେ ଲୋକମାନେ ଘରେ ବସି ଭୋଟଲ ଲିଷ୍ଟରେ ନାମ ସଂଶୋଧନ କରିପାରିବେ ବୋଲି ଜଣାପଡ଼ିଛି। ହେଲେ ଏହା ପୂର୍ବରୁ ଲୋକମାନେ ଅଫଲାଇନରେ ନିଜେ କୌଣସି ସ୍କୁଲ ବା କେନ୍ଦ୍ରକୁ ଯାଇ ଆପ୍ଲାଏ କରୁଥିଲେ।

ହେଲେ ଏବେ ଘରେ ବସି ମୋବାଇଲରେ ୱେବସାଇଟ ଜରିଆରେ ଭୋଟର ଲିଷ୍ଟରେ ନାଁ ସଂଶୋଧନ କରିପାରିବେ। ଏହା ପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ କାର୍ଡ ଯୋଗାଇଦେବେ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।ଅନ୍ୟପଟେ ଜାନୁଆରୀ ୬ ରେ ଚୁଡାନ୍ତ ଭୋଟଲ ତାଲିକା ପ୍ରକାଶ ପାଇବ।ଲୋକମାନେ ସେଠାକୁ ଯାଇ ମଧ୍ୟ ନିଜେ ନିଜର ଭୋଟର ତାଲିକା ସଂଶୋଧନ କରିପାରିବେ।ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.