Latest Odisha News

BREAKING NEWS

ଗୁଟୁଖା ପାଇଁ ସ୍ୱାମୀକୁ ବସଷ୍ଟାଣ୍ଡରେ ଛାଡି ଚମ୍ପଟ୍ ମାରିଲା ସ୍ତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ଗୁଟୁଖା ନିଶା ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ନବବିବାହିତା ସ୍ତ୍ରୀ । ଏପରିକି ସ୍ତ୍ରୀକୁ ଖୋଜିବାକୁ ଯାଇ ନାକେଦମ ହୋଇଥିଲା ସ୍ୱାମୀ । ଶେଷରେ ପୋଲିସ ସହାୟତାରେ ସ୍ତ୍ରୀକୁ ଠାବ କରିବାରେ ସଫଳ ହୋଇଥିଲା ଅସହାୟ ସ୍ୱାମୀ ।

ମଧ୍ୟପ୍ରଦେଶ ଗ୍ୱାଲିଅରରେ ସାମ୍ନାକୁ ଆସିଛି ଏପରି ନାଟକୀୟ ଘଟଣା । କରୱା ଚୌଥରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଗୁଟଖା ଖାଇବା ନେଇ ବାରଣ କରିଥିଲେ । ହେଲେ ଆଜି ଦୁହେଁ ଜୟପୁର ଯିବା ଲାଗି ଗ୍ୱାଲିଅର ବସଷ୍ଟାଣ୍ଡରେ ଥିବା ସମୟରେ ବ୍ୟକ୍ତି ଜଣକ ପୁନର୍ବାର ଗୁଟୁଖା କିଣି ଖାଇଥିଲେ । ଏ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ବ୍ୟକ୍ତି ଜଣକ ଟିକଟ ଆଣିବାକୁ ଯାଇଥିବା ସମୟରେ ତାଙ୍କ ସ୍ତ୍ରୀ ବସଷ୍ଟାଣ୍ଡରୁ ଉଭାନ୍ ହୋଇଯାଇଥିଲେ ।

ଟିକଟ କାଟି ଫେରିବା ପରେ ସ୍ତ୍ରୀକୁ ନପାଇ ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଶେଷରେ ନିରାଶ ହୋଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ତଦନ୍ତରେ ମହିଳା ଜଣକ ଜୟପୁର ବସରେ ବସିଥିବା ଜଣାପଡିଥିଲା । ହେଲେ ଜୟପୁରରେ ସ୍ତ୍ରୀକୁ ନପାଇ ବ୍ୟକ୍ତି ଜଣକ ପୁନର୍ବାର ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ଗ୍ୱାଲିଅର ରେଳବାଇ ଷ୍ଟସନରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ଠାବ କରିଥିଲେ । ବର୍ଷକ ତଳେ ଦୁହେଁ ପରସ୍ପରକୁ ବିବାହ କରିଥିଲାବେଳେ ସମସ୍ତଙ୍କ ସମ୍ମୁଖରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ କ୍ଷମା ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.