Latest Odisha News

BREAKING NEWS

୧୨ ବର୍ଷ ପରେ ଫିଫା ବିଶ୍ୱକପରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ଦୋହା: ଫିଫା ବିଶ୍ୱକପରେ ଶନିବାର ଅଷ୍ଟ୍ରେଲିଆ ୧-୦ ଗୋଲରେ ଟ୍ୟୁନିଶିଆକୁ ପରାସ୍ତ କରିଛି । ୧୨ ବର୍ଷ ପରେ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ । ଏହି ସଂଘର୍ଷପୂର୍ଣ୍ଣ ମୁକବିଲାରେ ବିଜୟ ସୂଚକ ଏକମାତ୍ର ଗୋଲଟି ମ୍ୟାଚର ୨୩ତମ ମିନିଟରେ ମିଚେଲ ଡ୍ୟୁକ ସ୍କୋର କରିଥିଲେ । ବିଜୟ ସହ ଗ୍ରୁପ ଡିରେ ଅଷ୍ଟ୍ରେଲିଆ ୩ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଫ୍ରାନ୍ସ ପ୍ରଥମ ଏବଂ ଡେନମାର୍କ, ଟ୍ୟୁନିସିଆ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ପୂର୍ବରୁ ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ୪-୧ ଗୋଲରେ ପରାଜିତ ହୋଇଥିଲା ।

୨୦୧୦ରେ ସର୍ବିୟା ବିପକ୍ଷରେ ବିଜୟ ହାସଲ କରିବା ପରେ ଅଷ୍ଟ୍ରେଲିଆ ବିଶ୍ୱକପରେ ୭ଟି ମ୍ୟାଚ ଖେଳିଛି । ମାତ୍ର କୌଣସି ଗୋଟିକ ମ୍ୟାଚରେ ଦଳ ବିଜୟ ହାସଲ କରିବାରେ ସଫଳ ହୋଇପାରି ନ ଥିଲା । ନଭେମ୍ବର ୩୦ରେ ଗ୍ରୁପ ଡିର ଶେଷ ମୁକାବିଲାରେ ଡେନମାର୍କକୁ ଭେଟିବ ଅଷ୍ଟ୍ରେଲିଆ ।

Leave A Reply

Your email address will not be published.