Latest Odisha News

BREAKING NEWS

ଦୁଲୀପ ଟ୍ରଫି ଫାଇନାଲ : ୫୮୪ ରନ୍‌ର ବିଶାଳ ଅଗ୍ରଣୀ ସହ ବିଜୟ ଦ୍ୱାରଦେଶରେ ଇଷ୍ଟ ଜୋନ

ଚେନ୍ନାଇ: ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ଦୁଲେପ୍ ଟ୍ରଫି ଫାଇନାଲ୍‌ର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଷ୍ଟ ଜୋନ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୧୨ ରନ୍ ସଂଗ୍ରହ କରିଛି ।  ପ୍ରଥମ ଇନିଂସର ୩୭୨ ରନ୍‌ର ବିଶାଳ ଅଗ୍ରଣୀକୁ ମିଶାଇ ଦଳ ଏବେ ୫୮୪ ରନ୍‌ରେ ଆଗୁଆ ରହି ଟାଇଟଲ୍ ହାସଲ କରିବା ପ୍ରାୟ ନିଶ୍ଚିତ କରିସାରିଛି । ସାଉଥ୍ ଜୋନ ଗତକାଲିର ଅସମାପ୍ତ ଇନିଂସରୁ ସକାଳେ ଖେଳ ଆରମ୍ଭ କରିଥିଲା । ତିଳକ ବର୍ମା ଏବଂ ସି.ଭି. ମିଲିନ୍ଦ (୪୩) ବୃହତ୍ ଭାଗୀଦାରୀ କରି ଦଳକୁ ଆଗେଇ ନେଇଥିଲେ । ତେବେ ମିଲିନ୍ଦ ଆଉଟ୍ ହେବା ପରେ ଶେଷ ଆଡ଼କୁ ଅନ୍ୟ ବ୍ୟାଟରମାନେ  ସହଯୋଗ ନ କରିବାରୁ ତିଳକ ମାତ୍ର ୧ ରନ୍ ପାଇଁ ନିଜର ଶତକରୁ ବଞ୍ଚିତ ହୋଇଥିଲେ । ସାଉଥ୍ ଜୋନ ପ୍ରଥମ ଇନିଂସରେ ୩୩୬ ରନ୍‌ରେ ଅଲଆଉଟ୍ ହୋଇଥିଲା ।

୩୭୨ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ସତ୍ତ୍ୱେ ଇଷ୍ଟ ଜୋନ ନିଜର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯୁବ ଓପନର୍ ବୈଭବ ସୂର‌୍ୟ୍ୟବଂଶୀ (୮) ଏବଂ ଅଭିମନ୍ୟୁ ଈଶ୍ୱରନ୍ (୩) ଶୀଘ୍ର ଆଉଟ୍ ହୋଇଥିଲେ । ଆରମ୍ଭରୁ ୨ଟି ୱିକେଟ୍  ପଡିବା ପରେ ଅଧିନାୟକ ଇଶାନ୍ ଏବଂ ଶିକର ମୋହନ୍ ଦଳକୁ ସମ୍ଭାଳିଥିଲେ । ଇଶାନ୍ ମାତ୍ର ୯୮ ବଲ୍‌ରୁ ୮୦ ରନ୍ ଏବଂ ଶିକର ମୋହନ୍ ୫୨ ରନ୍‌ର ପାରି ଖେଳିଥିଲେ । ଇଶାନ୍ ଏହି ମ୍ୟାଚ୍‌ର ଦୁଇଟି ଇନିଂସ ମିଶାଇ ମୋଟ ୩୫୦ ରନ୍ (ପ୍ରଥମ ଇନିଂସରେ ୨୭୦) ସଂଗ୍ରହ କରିଛନ୍ତି । ଶେଷ ଭାଗରେ କୁମାର କୁଶାଗ୍ର (୩୪) ଏବଂ ମହମ୍ମଦ କୌନେନ୍ କୁରୈଶୀ (୨୬) ଅପରାଜିତ ରହି ଅର୍ଦ୍ଧଶତକୀୟ ଭାଗୀଦାରୀ ଯୋଡ଼ିଛନ୍ତି ।

ସଂକ୍ଷିପ୍ତ ସ୍କୋରକାର୍ଡ:ଇଷ୍ଟ ଜୋନ :ପ୍ରଥମ ଇନିଂସ: ୭୦୮/୧୦, ଦ୍ୱିତୀୟ ଇନିଂସ: ୨୧୨/୫ (ଇଶାନ୍ କିଶନ୍ ୮୦, ଶିକର ମୋହନ୍ ୫୨) । ସାଉଥ୍ ଜୋନ :ପ୍ରଥମ ଇନିଂସ: ୩୩୬/୧୦ (ତିଳକ ବର୍ମା ୯୯; ମୁକେଶ କୁମାର ୩/୬୨) ।

Leave A Reply

Your email address will not be published.