Latest Odisha News

ସରକାରୀ ଦୋକାନରୁ ନକଲି ମଦ ଜବତ

ଭୁବନେଶ୍ୱର: ସରକାରୀ ଦୋକାନରୁ ଜବତ ହେଲା ନକଲି ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ଅଞ୍ଚଳରେ । ଦୀର୍ଘ ଦିନ ଧରି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିଲା । ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଅଚାନକ ଉକ୍ତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ଚଢ଼ାଉ କରିଛି ।

ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ମଦ ଜବତ କରିଛି ଅବକାରୀ ବିଭାଗ ଟିମ୍ । ଯେଉଁଥିରେ ରହିଛି ଦେଶୀ-ବିଦେଶୀ ବହୁ ବ୍ରାଣ୍ଡେଡ ମଦ ଓ ବିଭିନ୍ନ ବ୍ରାଣ୍ଡର ବିଅର । ଅବକାରୀ ବିଭାଗ ଏହି ସରକାରୀ ମଦ ଦୋକାନକୁ ଆଜି ସିଲ୍‌ କରିବା ସହ ଦୋକାନରେ ଥିବା ସବୁ ମଦକୁ ତନତନ କରି ଯାଞ୍ଚ କରାଯାଉଛି ।

ଜବତ ହୋଇଥିବା ସମସ୍ତ ମଦକୁ ଡୋଜର ମଡ଼ାଇ ଭଙ୍ଗା ଯାଉଛି । ଅନ୍ୟପଟେ ଘଟଣା ଧରାପଡିବା ପରେ ମଦ ଦୋକାନ ମାଲିକ ଫେରାର ହୋଇଯାଇଛି । ତାକୁ ଗିରଫ କରିବା ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ଅବକାରୀ ଟିମ୍ ।

ଅଭିଯୋଗ ଅନୁସାରେ, ବ୍ରାଣ୍ଡେଡ ମଦ ବୋତଲର ଲେବୁଲ୍‌ ଓ ଠିପି ଖୋଲାଯାଇ ସେଥିରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉଥିଲା । ପରେ ଏହାକୁ ଚଢା ଦରରେ ବିକ୍ରି କରାଯାଉଥିଲା । ଆଉ ଏହାକୁ ନକଲି ଜାଣିନପାରି ପିଇ ଯାଉଥିଲେ ମଦୁଆମାନେ ।

Comments are closed.