Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ ।

ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ଗୌରାଙ୍ଗ । ରାଇଙ୍କ ମୃତ୍ୟୁ ପରେ ନା ଖାଉଛନ୍ତି ନା ପିଉଛନ୍ତି । ମନେ ପଡ଼ିଲେ ରାଇମୋହନଙ୍କ ଚର୍ଚ୍ଚିତ ଡାଇଲଗକୁ କହୁଛନ୍ତି । ପିଲାଟି ଦିନରୁ ଗୌରାଙ୍ଗ ରାଇମୋହନଙ୍କୁ ଅନୁକରଣ କରି ଆସୁଛନ୍ତି । ଏବେ ରାଇମୋହନଙ୍କ ବିୟୋଗରେ ସେ ଝୁରି ହେଉଛନ୍ତି ତାଙ୍କ ପ୍ରିୟ କଳାକାରକୁ ।

ରାଇମୋହନଙ୍କ ଭଳ ଅବିକଳ ଅଭିନୟ କରନ୍ତି ଗୌରାଙ୍ଗ । ଆଉ ଅଭିନୀତ ଭିଡିଓକୁ ୟୁଟ୍ୟୁବରେ ଛାଡ଼ନ୍ତି । ବର୍ଷେ ତଳେ ୟୁଟ୍ୟୁବରେ ଗୌରାଙ୍ଗଙ୍କ ଭିଡିଓ ଦେଖି ଘରକୁ ଆସିଥିଲେ ରାଇମୋହନ । ଗୌରାଙ୍ଗଙ୍କ ଅଭିନୟକୁ ରାଇମୋହନ ବେଶ୍ ପ୍ରଂଶସା କରିଥିଲେ ।

ଏବେ ରାଇମୋହନଙ୍କ ବିୟୋଗରେ ପୂରା ଭାଙ୍ଗି ପଡ଼ିଛନ୍ତି ଜୁନିୟର ରାଇମୋହନ ଭାବେ ଜଣାଶୁଣା ଗୌରାଙ୍ଗ । ରାଇମୋହନଙ୍କ ବିୟୋଗ ପର ଠାରୁ ଖାଇବା ପିଇବା ଛାଡ଼ି ଦେଇଛନ୍ତି ଗୌରାଙ୍ଗ । ଯେଉଁ ସେଲୁନରେ ସବୁ ଦିନ ଗୌରାଙ୍ଗଙ୍କ ମୁହଁରୁ ରାଇମୋହନଙ୍କ ଡାଇଲଗ ଶୁଣିବାକୁ ମିଳୁଥିଲା ତାହା ବନ୍ଦ ହୋଇ ଯାଇଛି । ଗୌରାଙ୍ଗଙ୍କ ସବୁ ସ୍ୱପ୍ନ ମିଳେଇ ନେଇଛି ରାଇମୋହନଙ୍କ ଅଚାନକ ମୃତ୍ୟୁ ।

Leave A Reply

Your email address will not be published.