Latest Odisha News

BREAKING NEWS

ଅଗ୍ନିବୀର ନିଯୁକ୍ତି: ୩ ଦିନରେ ୫୭ ହଜାର ଆବେଦନ

ନୂଆଦିଲ୍ଲୀ:ସରକାରଙ୍କ ଅଗ୍ନିବୀର ନିଯୁକ୍ତିକୁ ବିରୋଧ କରୁଥିବା ବିଭିନ୍ନ ଦଳକୁ ଆଜି ଶକ୍ତ ଧକ୍କା ଲାଗିଛି । ଭାରତୀୟ ବାୟୁସେନାର ରିପୋର୍ଟ ଅନୁସାରେ ୩ ଦିନ ମଧ୍ୟରେ ପାଖାପାଖି ୫୭୦୦୦ ଆବେଦନ ସେମାନଙ୍କ ପାଖରେ ପଂହଚି ସାରିଛି । ଜୁଲାଇ ୨୪ରେ ଏୟାରଫୋର୍ସର ପ୍ରଥମ ବ୍ୟାଚ ଭାବେ ଏହାର ଅନଲାଇନ ପରୀକ୍ଷା ହେବ । ଯୁବପିଢ଼ୀଙ୍କ ସେନାରେ ପ୍ରବେଶ ଆଗ୍ରହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୯୯୯ କାରଗିଲ ଯୁଦ୍ଧପରଠାରୁ ସେନା ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ଯୋଜନା ପ୍ରସ୍ତୁତ କରୁଥିଲା ବୋଲି ମିଲିଟାରୀ ଆଫେୟର୍ସ ଆଡିଶନାଲ ସେକ୍ରେଟାରୀ ଲ୍ୟୁଟାଂଟ ଜେନେରାଲ ଅନୀଲ ପୁରୀ କହିଛନ୍ତି । ବର୍ତମାନେ ସେନାର ଯବାନମାନଙ୍କ ହାରାହାରି ବୟସ ୩୨ ରହିଛି । ଏହାକୁ ୨୬ ମଧ୍ୟରେ ରହିବା ଉଚିତ ବୋଲି ସେ କହିଥିଲେ । ୨୦୩୦ ସୁଦ୍ଧା ଅଧିକରୁ ଅଧିକ ଯବାନ ନିଯୁକ୍ତି କରିବାକୁ ଆମେ ଚାହୁଁଛୁ ।

ଏତେ ବଡ ଗଣତନ୍ତ୍ର ରାଷ୍ଟ୍ରର ସୁରକ୍ଷା ପାଇଁ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡିଛି ବୋଲି ସେ କହିଛନ୍ତି । ଜୁନ ୧୪ରେ ଭାରତ ସରକାର ଅଗ୍ନିବୀର ଯୋଜନାର ଶୁଭାରମ୍ଭ କରିଥିଲେ । ଏୟାରଫୋର୍ସ ପରେ ଏବେ ଆର୍ମି ଏବଂ ନେଭି ପ୍ରତି ଯୁବପିଢ଼ୀଙ୍କ କିଭଳି ଆଗ୍ରହ ରହିଛି ତାହା ଆଗାମୀ ଦିନରେ ଜଣାପଡିବ ।

Leave A Reply

Your email address will not be published.