Latest Odisha News

BREAKING NEWS

ରାସ୍ତା ମରାମତି ବେଳେ ଦୁର୍ଘଟଣାର ଶିକାର ହେଲେ ଆଇଟିବି ଯବାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣ୍ଡିଦା ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଆହତ ହୋଇଛନ୍ତି ଆଇଟିବିପି ଯବାନ। ଆହତ ଜଣଙ୍କ ଗୋରୁମହିଷାଣୀ ଥାନା ସୁଦର୍ଶନପୁର ଗ୍ରାମର ମଳୟ କୁମାର ମଣ୍ଡଳ (୩୭)।

ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ରାସ୍ତାରେ ଥିବା ପୋଲର କଂକ୍ରିଟରେ ଲୁହା ରଡ୍ ବୁଣାଯାଇଛି। ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ଡାଇଭର୍ସନ୍ ମଧ୍ୟ କରାଯାଇଛି। ତେବେ ରାସ୍ତା ଦେଇ ଯାଉଥିବା ଏକ ଗାଡ଼ିକୁ ସାଇଡ୍ ଦେବା ବେଳେ ଯବାନ ଜଣକ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ସେ ରାଇରଙ୍ଗପୁରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସାମ୍ନା କରିଛନ୍ତି। ମଳୟଙ୍କୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

Leave A Reply

Your email address will not be published.