Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ହକି ଟୁର୍ଣ୍ଣାମେଣ୍ଟ: ଭାରତୀୟ ଟିମରେ ସ୍ଥାନ ପାଇଲେ ଓଡ଼ିଶାର ଅମିତ ରୋହିଦାସ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଓଡ଼ିଶାର ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଦଳରେ ସେ ସ୍ଥାନ ପାଇଛନ୍ତି। ଜାନୁଆରି ୨୨ରୁ ଆରମ୍ଭ ହେବ ମ୍ୟାଚ।

ଦକ୍ଷିଣ ଆଫ୍ରିକାର କେପଟାଉନରେ ହେବାକୁ ଥିବା ଏହି ମ୍ଯାଚରେ ୪ଟି ଦେଶ ସାମିଲ ହେବେ। ଏହାପୂର୍ବରୁ ହକି ଇଣ୍ଡିଆ ବୁଧବାର ୨୬ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସ, ନେଦରଲାଣ୍ଡ, ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ଭାଗ ନେବେ।

ଭାରତୀୟ ଦଳର ନେତୃତ୍ୱ ହରମନପ୍ରୀତ ସିଂହ ନେବେ ଏବଂ ହାର୍ଦ୍ଦିକ ସିଂହ ଉପଅଧିନାୟକ ଦାୟିତ୍ୱ ତୁଲାଇବେ। କନିଷ୍ଠ ଭାରତୀୟ ଦଳ ସହ ଚମତ୍କାର ପ୍ରଦର୍ଶନ ପରେ ଯୁବ ଖେଳାଳି ଅରିଜିତ୍ ସିଂହ ହୁଣ୍ଡାଲ ଓ ବବି ସିଂହ ଧାମିଙ୍କୁ ଦଳରେ ସାମିଲ କରାଯାଇଛି।

ଗୋଲକିପର ପିଆର ଶ୍ରୀଜେଶ, କ୍ରିଷନ ପାଠକ ଓ ପୱନଙ୍କ ସହ ଡିଫେଣ୍ଡର ଜରମନପ୍ରୀତ ସିଂହ, ଯୁଗରାଜ ସିଂହ, ଅମିତ ରୋହିଦାସ, ହରମନପ୍ରୀତ ସିଂହ, ବରୁଣ କୁମାର, ସୁମିତ, ସଞ୍ଜୟ ଓ ରବିଚନ୍ଦ୍ର ସିଂ ମୋଇରାଙ୍ଗ ଥେମଙ୍କୁ ଦଳରେ ସାମିଲ କରାଯାଇଛି।

Leave A Reply

Your email address will not be published.