Latest Odisha News

BREAKING NEWS

ରାଜସ୍ଥାନରେ ଜେଜେପି ହେବ କିଙ୍ଗମେକର!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ସ୍ଥିତି ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳେ। ଏପରିକି ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ମଧ୍ୟ ରହି ଆସିଛି।

ଏଥର କିନ୍ତୁ ରାଜସ୍ଥାନରେ ଗେହଲଟ ସରକାର ପୁଣିଥରେ କ୍ଷମତାକୁ ଆସିବାକୁ ଉଦ୍ୟମ ଜୋରଦାର କରିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ନୂଆ ଦଳ ଗୁଡିକର ଏଣ୍ଟ୍ରି ଉଭୟ ପ୍ରମୁଖ ଦଳର ଚିନ୍ତା ବଢ଼ାଇ ଦେଇଛି।

ନୂଆ କରି ଗଠିତ ହୋଇଥିବା ଭାରତୀୟ ଆଦିବାସୀ ପାର୍ଟି କଂଗ୍ରେସ ଓ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି। ରାଜସ୍ଥାନରେ ଆଦିବାସୀ କ୍ଷେତ୍ର ଉପରେ ଉଭୟ ବିଜେପି ଓ କଂଗ୍ରେସ ଫୋକସ କରୁଛନ୍ତି।

ବିଶେଷ କରି ଉଦୟପୁର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ଼ ବଡ଼ ସଭା କରିସାରିଲେଣି। ମେବାଡ଼ ବାଗଡ଼ ଅଞ୍ଚଳରେ ୧୬ ଟି ଅନୁସୂଚିତ ଜନଜାତି ସଂରକ୍ଷିତ ସିଟ ରହିଛି।

ସେହି ସିଟ ଗୁଡିକରେ ଆଦିବାସୀ ମାନଙ୍କର ବଡ଼ ପ୍ରଭାବ ରହିଛି। ଯେଉଁ ନୂଆ ଦଳ ଗଠନ ହୋଇଛି ସେହି ନେତାଙ୍କ ଦ୍ୱାରା ହିଁ ଗଠନ ହୋଇଛି। ତେଣୁ ବିଜେପି ଓ କଂଗ୍ରେସ ଉଭୟ ଦଳ ପାଇଁ ଏହା ଏକ ବିପଦ ବୋଲି କୁହାଯାଉଛି।

ଉଦୟପୁରର ଏହି ଆଦିବାସୀ ବହୁଳ ଅଞ୍ଚଳରେ ବିଟିପିର ଦୁଇ ଜଣ ବିଧାୟକ ଜିତିଥିଲେ। ତେଣୁ ଏବେ ଆଦିବାସୀ ସମ୍ପ୍ରଦାୟର ନୂଆ ଦଳ ଏକ ଭିନ୍ନ ସମିକରଣକୁ ଇସାରା କରୁଛି ବୋଲି କୁହାଯାଉଛି।

ସେପଟେ ହରିୟାଣାରେ ୨୦୧୯ ନିର୍ବାଚନରେ କିଙ୍ଗମେକର ଭୁମିକରେ ଉଭା ହୋଇଥିବା ଜନନାୟକ ଜନତା ପାର୍ଟି ରାଜସ୍ଥାନ ଉପରେ ନଜର ପକାଇଛି। ଜେଜେପି ମୁଖ୍ୟ ଦୁସ୍ୟନ୍ତ ଚୌତାଲା ପଡୋଶୀ ରାଜସ୍ଥାନରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛନ୍ତି।

କିଛି ସିଟରେ ଜିତି ହରିୟାଣା ଭଳି ରାଜସ୍ଥାନରେ କିଙ୍ଗ ମେକର ଭୂମିକା ନେବାକୁ ଯୋଜନା ରଖିଛି ଦଳ। ସେଥିପାଇଁ ଜେଜେପି ମୁଖ୍ୟ ତଥା ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁସ୍ୟନ୍ତ ଚୌତାଲା ରାଜସ୍ଥାନରେ ବିଭିନ୍ନ ବିଧାନସଭା କ୍ଷେତ୍ର ବୁଲିଛନ୍ତି।

ବିଭିନ୍ନ ଜିଲ୍ଲାରେ ଜେଜେପିର କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଛି। ରାଜସ୍ଥାନର ଯୁବବର୍ଗ ଓ ଗ୍ରାମାଞ୍ଚଳ ଭୋଟରଙ୍କୁ ଆଖି ଆଗରେ ରଖି ଦୁସ୍ୟନ୍ତ ହରିୟାଣାରେ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିକୁ ରାଜସ୍ଥାନରେ ପ୍ରୟୋଗ କରିବାକୁ ଯୋଜନା କରିଛନ୍ତି।

ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ଅଣନାତି ହେଉଛନ୍ତି ଦୁସ୍ୟନ୍ତ। ଦେବୀ ଲାଲ ୧୯୮୯ ନିର୍ବାଚନରେ ରାଜସ୍ଥାନର ଶିକାର ଲୋକସଭା ସିଟ ସହ ହରିୟାଣାର ରୋହତକରୁ ଜିତିଥିଲେ।

ତେଣୁ ଜେଜେପି ସେଠାରେ ପୂର୍ଵଜଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରିବ ବୋଲି କୁହାଯାଉଛି। କିନ୍ତୁ ରାଜସ୍ଥାନରେ ଜେଜେପି ସହ ବିଜେପି ମେଣ୍ଟ କରିବ କି ଏକା ଲଢ଼ିବ ତାହା ସ୍ପଷ୍ଟ ହୋଇନାହିଁ।

ରାଜସ୍ଥାନରେ ୨୫ ରୁ ୩୦ ଟି ସିଟ ଜେଜେପି ଲଢ଼ିବ ବୋଲି ଦୁସ୍ୟନ୍ତ ଚୌତାଲା କହିଛନ୍ତି। ଗୋଟିଏ ପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନରେ ଜୋରଦାର ପ୍ରଚାର କରିଥିବା ବେଳେ ପୂର୍ବରୁ ଦଳର ଅନ୍ୟ ପ୍ରମୁଖ ନେତା ପ୍ରଚାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ରାଜସ୍ଥାନରେ ପ୍ରଚାରକୁ ଜୋରଦାର କରୁଛନ୍ତି। ଏଭଳି ସ୍ଥିତିରେ ନୂଆ ଦଳଗୁଡିକର ଫୋକସ ରାଜସ୍ଥାନ ଗଣିତ ବିଗାଡିପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.