Latest Odisha News

BREAKING NEWS

‘ଜେଲର’ ସଫଳତା ନେଇ ୩୦୦ କ୍ରୁ ସଦସ୍ୟଙ୍କୁ ସୁନା କଏନ ଦେଲେ ନିର୍ମାତା

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ଏବେ ଅଭିନେତା ରଜୀନକାନ୍ତଙ୍କୁ ୧୦୦କୋଟିର ଚେକ୍ ଦେଇଥିବା ବେଳେ ଏହାର ୩୦୦ କ୍ରୁ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ସୁନା କଏନ ପ୍ରଦାନ କରିଛନ୍ତି । ରଜନୀକାନ୍ତଙ୍କ ପାଇଁ ଫିଲ୍ମଟି ଭଲ ଆୟ କରିଥିବାରୁ ଏବେ ଏହାର ଫଳ ଅଭିନେତାଙ୍କ ସମତେ ଫିଲ୍ମର ସମସ୍ତ କ୍ରୁ ସଦସ୍ୟଙ୍କୁ ମିଳିଛି ।

ସନ୍ ପିକ୍ଚର୍ସର ନିର୍ମାତା କାଲାନିଥୀ ମାରନ୍ ପୂର୍ବରୁ ରଜନୀକାନ୍ତଙ୍କୁ ବିଳାସପୂର୍ଣ୍ଣ ବିଏମଡବ୍ଲ୍ୟୁ ଏକ୍ସ୭ କାର ଉପହାର ଦେଇଛନ୍ତି । ସେହିପରି କାଲାନିଥୀ ନିର୍ଦ୍ଦେଶକ ନେଲସନଙ୍କୁ ପୋର୍ସେ କାର ଉପହାର ଦେଇଛନ୍ତି । ‘ଜେଲର’ର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସେ କାର ଉପହାର ଦେଇଛନ୍ତି କାଲାନିଥୀ ମାରାନ । ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି । ନିକଟରେ ସିନେ ସମୀକ୍ଷକ ମନୋବାଳା ବିଜୟବାଲାନ୍ ଭିଡିଓ ସେୟାର କରି ଲେଖିଛନ୍ତି, “କାଲାନିଥୀ ମାରାନ୍ ୩୦୦ରୁ ଅଧିକ କ୍ରୁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ ସୁନା କଏନ ଦେଇଛନ୍ତି ।

ଫିଲ୍ମ ଜେଲର ହେଉଛି ରଜନୀକାନ୍ତଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ । ଏହାପୂର୍ବରୁ, ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘୨.୦’ ୭୨୦ କୋଟି ଟଙ୍କା ସଂଗ୍ରହ କରିଥିଲା ।

Leave A Reply

Your email address will not be published.