Latest Odisha News

BREAKING NEWS

ଡଚ୍‌ କଳାକାରଙ୍କ ନିଆରା କଳା; ଅତି ବାଇଗଣି ଆଲୋକ ବ୍ୟବହାର କରି କରୋନାକୁ ହ୍ରାସ କରୁଛନ୍ତି କଳାକାର

ନୂଆଦିଲ୍ଲୀ: ଡଚ୍‌ର ଏକ କଳାକାର ଗୋଷ୍ଠୀ ଅତି-ବାଇଗଣି ରଙ୍ଗର ରଶ୍ମିର ବ୍ୟବହାର କରି ବାୟୁରେ କରୋନା ଭୂତାଣୁର ହ୍ରାସ କରିବାକୁ ଏକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି।

ଡଚ୍ ଡିଜାଇନର୍ ଡାନ୍ ରୁଜଗାର୍ଡଙ୍କ “ଅର୍‌ବାନ ସନ୍‌” ସ୍ଥାପନ ଅଲ୍ଟ୍ରା-ବାଇଗଣି ଆଲୋକକୁ ବ୍ୟବହାର କରି ବ୍ୟସ୍ତବହୁଳ ସ୍ଥାନରେ ବାୟୁରେ କରୋନାଭାଇରସ୍ ପରିମାଣ ହ୍ରାସ କରିବାକୁ ଏବଂ ସଂକ୍ରମଣର ବିପଦକୁ ହ୍ରାସ କରିବାକୁ ପ୍ରୟାସ କରିଛନ୍ତି।

ରୁଜଗାର୍ଡ କହିଛନ୍ତି ଯେ ଏହା ଟିକା କିମ୍ବା ସରକାରୀ ନିୟମ ବଦଳରେ ନୁହେଁ, ଏହା ଏକ ଅତିରିକ୍ତ ପ୍ରତିବନ୍ଧକ, ବିଦ୍ୟାଳୟ, ଡାକ୍ତରଖାନା, ରେଳ ଷ୍ଟେସନ ପାଇଁ ଏକ ଅତିରିକ୍ତ ସୁରକ୍ଷିତ ଅଞ୍ଚଳ।

ଏହା ମଣିଷର ଶରୀର ପାଇଁ ସେତେଟା ଲାଭଦାୟକ ନହେଲେ ମଧ୍ୟ ଅଲଟ୍ରାଭାଇଓଲେଟ୍ ଆଲୋକ, କରୋନାଭାଇରସ୍ ଏବଂ ଅନ୍ୟାନ୍ୟ ଜୀବାଣୁଙ୍କର ଏକ ପ୍ରଭାବଶାଳୀ ଘାତକ।

ତେବେ ଏହି ପ୍ରକଳ୍ପରେ ଜଡିତ ଉକ୍ତ କଳାକାରମାନେ କେବଳ କିଛି ମିନିଟ୍ ପର୍ଯ୍ୟନ୍ତ ଏହି ଆଲୋକରେ ସଂସ୍ପର୍ଶରେ ଆସିଥିଲେ ଏବଂ କରୋନାଭାଇରସ୍ ପାଇଁ ପରୀକ୍ଷା କରାଯାଇଥିଲା।

Leave A Reply

Your email address will not be published.