Latest Odisha News

ପ୍ରଥମେ କିଏ ପ୍ରପୋଜ୍ କରିଥିଲେ ? ସବ୍ୟ ନା ଅର୍ଚ୍ଚିତା…

ଭୁବନେଶ୍ୱର: ରିଅଲ୍ ହୋଇଛି ରିଲ୍ ଯୋଡ଼ି । ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ସମ୍ପନ୍ନ ପରେ ସେଲିବ୍ରିଟି ନବ ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ନବ ଦମ୍ପତିଙ୍କୁ ସ୍ୱାଗତ କରିଛନ୍ତି ଶୁଭେଚ୍ଛୁ ।

Sabyasachi, Archita Returned From Rajasthan, Know Who Proposed Whom

ବିମାନବନ୍ଦରରେ ଗଣମାଧ୍ୟମର ପ୍ରଶ୍ନରେ ଅନେକ ରାଜ୍ ଖୋଲିଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ । ଗତବର୍ଷ ଅର୍ଥାତ୍ ୨୦୨୦ ମାର୍ଚ୍ଚ ମାସରେ ଉଭୟଙ୍କ ବିବାହ ହେବାର ଥିଲା ବୋଲି କହିଛନ୍ତି ସବ୍ୟସାଚୀ । କିନ୍ତୁ, ମହାମାରୀ କରୋନା ଯୋଗୁଁ ସେମାନେ ରିସ୍କ ନେବାକୁ ଚାହିଁ ନଥିଲେ । ଉଭୟ ପରିବାରର ସମ୍ମତି କ୍ରମେ ରାଜସ୍ଥାନରେ ବିବାହ ଲାଗି ସ୍ଥିର ହୋଇଥିବା କହିଛନ୍ତି ସବ୍ୟସାଚୀ । ରାଜସ୍ଥାନରେ ବିବାହ ପଛର କାରଣ ସୁରକ୍ଷା ସହ ଶୁଭେଚ୍ଛୁଙ୍କ ଭିଡ଼ ଏଡ଼ାଇବା ।

Sabyasachi, Archita Returned From Rajasthan, Know Who Proposed Whom

ତେବେ, କିଏ ପ୍ରଥମେ ପ୍ରପୋଜ୍ କରିଥିଲା । ସବ୍ୟସାଚୀ ନା ଅର୍ଚ୍ଚିତା । ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅର୍ଚ୍ଚିତା । ସବ୍ୟଙ୍କୁ ଅର୍ଚ୍ଚିତା ପ୍ରଥମେ ପ୍ରପୋଜ୍ କରିଥିଲେ । ଆଉ ଏହାକୁ ସ୍ୱୀକାର କରିବାକୁ ସବ୍ୟସାଚୀ ଦୀର୍ଘ ସମୟ ନେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି ଅର୍ଚ୍ଚିତା । ଅଭିନୟ ସହ ସମାଜସେବା କରୁଥିବା ସବ୍ୟ ଆଗକୁ ଅର୍ଚ୍ଚିତାଙ୍କ ସହଯୋଗରେ ଏକାମ ଜାରି ରଖିବେ ବୋଲି କହିଛନ୍ତି ।

Leave A Reply

Your email address will not be published.