ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ମନୀଷ ସିସୋଡିଆଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ସିବିଆଇ ତାଙ୍କ ବାସଭବନରେ ସକାଳୁ ଚଢ଼ାଉ ଜାରୀ ରଖିଛି । ଏହି ମାମଲାରେ ତାଜା ଅପଡେଟ ଅନୁସାରେ ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ସିବିଆଇକୁ କିଛି ଗୋବନୀୟ କାଗଜପତ୍ର ମଧ୍ୟ ମିଳିଛି । ୨ ଦିନ ପୂର୍ବରୁ ଅବଶ୍ୟ ସିବିଆଇ ଏଫଆଇଆର ରୁଜୁ କରିଥିଲେ ମଧ୍ୟ ଯାଂଚ ପରେ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଫଆଇଆର କପିରେ ୧୬ତମ ସ୍ଥାନରେ ଅନନୋନ ପବ୍ଲିକ ସର୍ଭେଂଟ ଓ ପ୍ରାଇଭେଟ ପର୍ସନ ଲେଖାଯାଇଛି । ଏହାର ମାନେ ଆଉ କିଛି ବ୍ୟକ୍ତିଙ୍କ ଏହି ଏଫଆଇଆରରେ ଯୋଡାଯାଇପାରେ । ସିବିଆଇ ଏଫଆଇଆରରେ ସିସୋଡିଆ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ସେ ସମୟର ଅବକାରୀ ଅଧିକାରୀ ଗୋପୀ କୃଷ୍ଣ, ଉପ ଅବକାରୀ ଅଧିକାରୀ ଆନନ୍ଦ କୁମାର ତିୱାରୀ, ପଙ୍କଜ ଭଟ୍ଟନାଗର, ୯ ବ୍ୟବସାୟୀ ଓ ୨ କମ୍ପାନୀଙ୍କ ନାମ ଉଲ୍ଲେଖ ରହିଛି । ସିବିଆଇ ଏହି ମାମଲାରେ ୭ ରାଜ୍ୟର ୨୧ ସ୍ଥାନରେ ଚଢ଼ାଉ କରିଥିଲା । ଏବେ ସିବିଆଇର ଏହି ଚଢ଼ାଉ ନେଇ ଆପ ଓ ବିଜେପି ମୁହାଁ ମୁହିଁ ହୋଇଛନ୍ତି ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.