Latest Odisha News

BREAKING NEWS

ଭୟଙ୍କର ବିସ୍ଫୋରଣ, ଥରିଲା ଆଖପାଖ ଅଞ୍ଚଳ,ଭାଙ୍ଗିଲା ଘର, ଫାଟିଲା ରାସ୍ତା

କର୍ଣ୍ଣାଟକ:  କର୍ଣ୍ଣାଟକ ଶିଭମୋଗା ଜିଲ୍ଲା ହଁସୁରରେ ଥିବା ରେଲୱେ କ୍ରସର ସାଇଟ୍‌ରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଛି । ଡିନାମାଇଟ୍‌ ବ୍ଲାଷ୍ଟ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଜଣ ଶ୍ରମିକ ଅଛନ୍ତି । ଟ୍ରକଟି ଡିନାମାଇଟ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନେଇ ନିକଟବର୍ତ୍ତୀ ଖଣିକୁ ଯାଉଥିବା ବେଳେ ଅଘଟଣ ଘଟିଥିବା କୁହାଯାଉଛି ।

ବିସ୍ଫୋରଣର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ଏପର୍ଯ୍ୟନ୍ତ ମୃତକ ମାନଙ୍କ ପରିଚୟ ମିଳିପାରିନି । ବିସ୍ଫୋରଣରେ ଟ୍ରକଟି ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ପୁରା ଅଞ୍ଚଳ ଥରି ଉଠିଥିଲା । ଆଖପାଖ ଅଞ୍ଚଳରେ ଅନେକ କ୍ଷତି ମଧ୍ୟ ହୋଇଛି । ଅନେକ କାର କାଚ ମଧ୍ୟ ଭାଙ୍ଗିଛି । ଏପରିକି ରାସ୍ତାରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ବିସ୍ଫୋରଣର ଶବ୍ଦ ପାଖ ଚିକ୍କମଙ୍ଗଲୁରୁ ଓ ଦେବନାଗିରି ଜିଲ୍ଲାରେ ମଧ୍ୟ ଶୁଣାଯାଇଥିବା  ଜଣାପଡିଛି। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି ।

 

Leave A Reply

Your email address will not be published.