Latest Odisha News

BREAKING NEWS

ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି : ବିଜେଡି

ଭୁବନେଶ୍ବର : ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି ।

ରାଜ୍ୟରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲୁଛି । ଧାନ ସଂଗ୍ରହରେ ରେକର୍ଡ ହୋଇଛି । ବିଜେଡି ଚାଷୀଙ୍କ ସହିତ ରହିଛି ଏବଂ ରହିବ ମଧ୍ୟ । ଡିବିଟି ଜରିଆରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବାରୁ ଦଲାଲଙ୍କ ପାଇଁ ଓକିଲାତି କରି ଡ୍ରାମା କରୁଛି ବିଜେପି । ଦଳ ଆହୁରି ମଧ୍ୟ କହିଛି ଯେ, ଦଲାଲଙ୍କ ପାଇଁ ବିଜେପି ନେତା ଆନ୍ଦୋଳନ କରୁଛନ୍ତି ।

ସେପଟେ ବିଜେପି ନେତା ରାତି ତମାମ ସମ୍ବଲପୁର ଥାନାରେ ଧାରଣାରେ ବସିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଭାରତର ପ୍ରଧାନମନ୍ତ୍ରୀ ଯଦି ଥାନାରେ ବସିବେ, ଆନ୍ଦୋଳନ କରିବେ ତାହେଲେ ଗଣତନ୍ତ୍ର ଶେଷ ହୋଇଯିବ । ଯାହା ହାତରେ କ୍ଷମତା ଅଛି, ଯିଏ କାମ କରିବା କଥା, ସେ ଆନ୍ଦୋଳନ କରିବା ହାସ୍ୟାସ୍ପଦ । ଏହା ପଛରେ ବଜେପିର ହୀନ ରାଜନୀତି ରହିଛି । ତେଣୁ କାମ ନକରି ବିଜେପି ନେତା ଥାନାରେ କାହିଁକି ବସିଛନ୍ତି ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.