Latest Odisha News

BREAKING NEWS

‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’ କଣ ? ଏହାର ନିରାକରଣ ଉପାୟ..

ଭୁବନେଶ୍ବର: ଶିଶୁ ଦନ୍ତକ୍ଷୟ ବା ‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’(early childhood caries) ଶିଶୁମାନଙ୍କ ଦାନ୍ତ ଉଠିବା ପରେ ଦେଖାଦେଇଥାଏ। ମୁଖତଃ ୧ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଠାରେ ଦେଖାଯାଏ।
ଜୁସ୍,କ୍ଷୀର ଆଦି ଶର୍କରାଜାତୀୟ ତରଳ ପଦାର୍ଥ ଶିଶୁମାନେ ପିଇଥାନ୍ତି । ଏହାପରେ ପାଟିକୁ ସଫା ନ କରନ୍ତି ନାହିଁ ।  ଦାନ୍ତରେ ଏହି ଖାଦ୍ୟ କଣିକା ବହୁତ ସମୟ ଧରି ଲାଗି ରହିଯାଏ । ଫଳରେ ଦନ୍ତକ୍ଷୟ ହୋଇଥାଏ । ଅଧିକ ଚକୋଲେଟ୍, ଫାଷ୍ଟଫୁଡ୍, ପ୍ରୋସେସଡ୍ ଫୁଡ୍ ଖାଉଥିବା ଶିଶୁମାନଙ୍କଠାରେ ଏହି ଦନ୍ତକ୍ଷୟ ହେବାର ଅଧିକ ସମ୍ଭାବନା ରହିଥାଏ।

ସେହିପରି ଶିଶୁମାନଙ୍କ ଦାନ୍ତକୁ ନିୟମିତ ବ୍ରସ୍ ନ କଲେ ପାଟିରେ ଥିବା ପାଟି ଭିତରେ ଜୀବାଣୁ ସକ୍ରିୟ ହୁଅନ୍ତି ଓ ଦନ୍ତ କ୍ଷୟ କରାନ୍ତି।

ଶିଶୁ ଦନ୍ତକ୍ଷୟ ଲକ୍ଷଣ ହେଲା, ଦାନ୍ତରେ ଧଳା ଚିହ୍ନ ହେବା। ଦାନ୍ତ ଧୀରେ ଧୀରେ ହଳଦିଆ ଓ ମାଟିଆ ରଙ୍ଗ ହୋଇଯିବା। କଳ ଦାନ୍ତ ଗୁଡିକରେ ଗାତ ହେବା ଓ ଦାନ୍ତ ଭାଙ୍ଗିଯିବା। ଖାଇବା ସମୟରେ ଦାନ୍ତ ଦରଜ ହେବା। ମାଢ଼ି ଓ ଗାଲ ଫୁଲିବା ।

ଶିଶୁକୁ ବୋତଲ ଯୋଗେ ମୁଖ୍ୟତଃ ରାତି ସମୟରେ ଜୁସ୍ ଆଦି ଦିଅନ୍ତୁ ନାହିଁ। ସବୁବେଳେ ଖାଇବା ପରେ ଶିଶୁର ପାଟି ଓ ଦାନ୍ତକୁ ଭଲ ଭାବେ ସଫା କରନ୍ତୁ । ଦନ୍ତକ୍ଷୟ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

 

Comments are closed.