Latest Odisha News

BREAKING NEWS

ମୁମ୍ୱାଇରେ କାହିଁକି ବାରମ୍ୱାର ଭୂକମ୍ପ ? ଚାରି ଦିନରେ ୩ ଥର ଦୋହଲିଲା ମାୟାନଗରୀ

ମୁମ୍ୱାଇ: କରୋନା ମହାମାରୀ ମହାରାଷ୍ଟ୍ରର ମେରୁଦଣ୍ଡ ଭାଙ୍ଗି ଦେଲାଣି । ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଏଭଳି ସମୟରେ ଡରାଉଛି ଭୂମିକମ୍ପ । ଗତ ଚାରି ଦିନରେ ତିନି ଥର ଝଟକା ଅନୁଭୂତ ହେଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ ।

ଆଜି ସକାଳ ୮ଟା ବେଳେ ମୁମ୍ୱାଇରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ତୀବ୍ରତା ଥିଲା ୩.୨ । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା ମୁମ୍ୱାଇଠାରୁ ୧୦୨ କିଲୋମିଟର ଉତ୍ତର ।

ଗତ ଶନିବାର ସକାଳୁ ବି ଦୋହଲିଥିଲା ମାୟାନଗରୀ । ୨.୭ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା । କେନ୍ଦ୍ରସ୍ଥଳ ମୁମ୍ୱାଇଠାରୁ ୯୮ କିଲୋମିଟର ଉତ୍ତରରେ ଥିଲା । ତାପୂର୍ବରୁ ଶୁକ୍ରବାର ସକାଳେ ୨.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ମୁମ୍ୱାଇଠାରୁ ୧୦ କିଲୋମିଟର ଉତ୍ତରରେ ୧୦ କିଲୋମିଟର ଗଭୀରତାରେ ଥିଲା ।

ମୁମ୍ୱାଇରେ ହୋଇଥିବା ଭୂମିକମ୍ପ ସେତିକି ପ୍ରଭାବଶାଳୀ ନୁହେଁ । ଭୂକମ୍ପ ଜୋନ-୩ ରେ ଆସୁଛି ମୁମ୍ୱାଇ । ଅର୍ଥାତ୍ ଆଂଶିକ ମାତ୍ରାରେ ମାୟାନଗରୀ ସୁରକ୍ଷିତ । ଜିଓଲୋଜିକାଲ୍ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ଅନୁସାରେ ମୁମ୍ୱାଇର ପ୍ରଭାଦେବୀ, ଦାଦର, ସାୟନ, ଚର୍ଚ୍ଚ ଗେଟ୍ ଆଜି ଅଞ୍ଚଳ ଭୂକମ୍ପ ଜୋନରେ ଆସୁଛି ।୭.୦ କିମ୍ୱା ତାଠୁ ଅଧିକ ତୀବ୍ରତାର ଭୂମିକମ୍ପ ଧ୍ୱଂସକାରୀ ହୋଇଥାଏ । ୪.୫ ତୀବ୍ରତାର ଭୂକମ୍ପ ବି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ୨.୦ କିମ୍ୱା ତାଠୁ କମ୍ ତୀବ୍ରତା ଥିଲେ ତାକୁ ସୂକ୍ଷ୍ମ ଭୂକମ୍ପ ବୋଲି କୁହାଯାଏ ।

Comments are closed.