Latest Odisha News

BREAKING NEWS

ଖାଦ୍ୟ ଗ୍ରହଣ ପରେ କାହିଁକି ଖାଇବା ଆବଶ୍ୟକ ମିଠା, ଜାଣନ୍ତୁ

ଭୁବନେଶ୍ୱର: ଆପଣ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଭୋଜନ ଶେଷ କରିବା ପରେ ମିଠା ଖାଇବାକୁ ପଚରା ଯାଏ। କେବେ ଭାବିଛନ୍ତି କି କାହିଁକି ଭୋଜନ ପରେ ମିଠା କଥା ଉଠେ? ଆସନ୍ତୁ ଜାଣିବା ଏହାର କାରଣ..

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଖାଦ୍ୟର ଆରମ୍ଭ ସର୍ବଦା ରାଗ କିମ୍ବା ଲୁଣିରୁ ହୋଇଥାଏ ଓ ଭୋଜନର ଶେଷ ମିଠାରେ ହୋଇଥାଏ।ସେଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ଭୋଜନ ପରେ ପୋଡ଼ପିଠା ଅର୍ପଣ କରନ୍ତି ମହାଲକ୍ଷ୍ମୀ।

ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ସାଧାରଣତଃ ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯିବାରୁ ଆମକୁ ଶୋଷ ଲାଗିଥାଏ ତେଣୁ ଆମେ ପାଣି ପିଇବାକୁ ଇଚ୍ଛା କରୁ। ମାତ୍ର ଡାକ୍ତରଙ୍କ କହିବାନୁସାରେ, ଖାଇବାର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଅନୁଚିତ। ଏହା ଆମ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ଖାଇବା ପରେ କିଛି ମିଠା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ପାଣିର ଆବଶ୍ୟକତା ମଧ୍ୟ ଏତେଟା ପଡିନଥାଏ।

ରାଗ ଖାଦ୍ୟ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନତନ୍ତ୍ର ଠିକ୍ ଭାବରେ ସଞ୍ଚାଳିତ ହୋଇପାରିନଥାଏ। ତେଣୁ ଭୋଜନ ଶେଷରେ ଶେଷରେ ମିଠା ଖାଇବା ଦ୍ଵାରା ଖାଦ୍ୟରେ ଥିବା ଅମ୍ଳର ତୀବ୍ରତା କମ୍ ହୋଇଥାଏ। ଫଳରେ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ ଓ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ । ଏହି କାରଣରୁ ଆମକୁ ଖାଇବା ପରେ ମିଠା ଦିଆଯାଏ ।

 

Leave A Reply

Your email address will not be published.