Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ୪.୦ ତୀବ୍ରତାର ଭୁମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ମଙ୍ଗଳବାର ଦିନ ତୀବ୍ର ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୦ ମପା ଯାଇଥିଲା। ଆଜି ସକାଳ ୮ଟା ୫୬ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ କତ୍ରା ଠାରୁ ୮୪କିମି. ଦୂର ପୂର୍ବ ଅଞ୍ଚଳରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା।

ସେହିପରି ଆଜି ହରିୟାଣାର ରୋହତକ ଠାରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା । ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୪ ମପା ଯାଇଥିଲା । ଆଜି ସକାଳ ୫ଟା ୪୬ମି. ସମୟରେ ରୋହତକ ଠାରୁ ୧୩ କିମି. ଦୂର ପଶ୍ଚିମଦକ୍ଷିଣପଶ୍ଚିମ ଅଞ୍ଚଳରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା।

Comments are closed.