Latest Odisha News

BREAKING NEWS

ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ହଟିଲା ‘ଟିକଟକ୍‌’ଆପ୍‌

ନୂଆଦିଲ୍ଲୀ: ଆପଲ୍ ଏବଂ ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ତାର ପ୍ଲେ ଷ୍ଟୋରରୁ ଚୀନ୍ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଉନଲୋଡ କରିପାରିବେ ନାହିଁ ।

ଗତକାଲି ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଶରେ ପ୍ରାୟ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରିବା ପରେ ଗୁଗୁଲ୍ ଓ ଆପଲ୍ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଭାରତୀୟ ବଜାରରେ ଚୀନ୍ ଆପ୍ ଟିକଟକର ବହୁଳ ବ୍ୟବହାର କରାଯାଉଥିବାବେଳେ ଏହି ଆପ୍ ଏବେ ଭାରତର ସୁରକ୍ଷା ଓ ସମାଜ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି ସରକାର।

ଅଧିକ ପଢନ୍ତୁ- ଟିକ୍‌ଟକ୍ ଓ ହାଲୋ ସମେତ ୫୯ ଆପ୍ ଉପରେ ଲାଗିଲା ରୋକ୍‌

ସୂଚନାଯୋଗ୍ୟ, ଗଲୱନ୍ ଭ୍ୟାଲିରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଦେଶରେ ଚାଇନାର ସାମଗ୍ରୀକୁ ବିରୋଧ କରାଯାଉଥିଲା। ସେହିପରି ଚାଇନିଜ୍ ଆପ୍ସ ବଏକଟ ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା। ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ପରେ ଦେଶବ୍ୟାପୀ ଏହାକୁ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.