Latest Odisha News

BREAKING NEWS

ଟିକଟକ ପ୍ରେମୀଙ୍କ କଷ୍ଟ ଲାଘବ କରିବ ଭାରତୀୟ ଆପ ‘ଚିଙ୍ଗାରି’ !

ଭୁବନେଶ୍ୱର: ଚାଇନିଜ ଆପ ଟିକଟକ୍ ସମେତ ୫୯ଟି ଆପ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର। ଖୁବ କମ୍ ଦିନ ମଧ୍ୟରେ ଯୁବପୀଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଟିକଟକ୍ । ଏବେ ଏହାର ବ୍ୟବହାରକାରୀ ଚିନ୍ତାରେ ପଡିଛନ୍ତି। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ଏହି ଟିକଟକ ନିଶାରେ ବୁଡି ରହିଥିଲେ । ସରକାର ହଠାତ ଏହାକୁ ବ୍ୟାନ କରିଦେବା ପରେ ଅନେକ ଏନେଇ ହତାଶ ହୋଇ ପଡିଛନ୍ତି । ତେବେ ଆମେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ଏନେଇ ନିରାଶ ହେବାର କୌଣସି ପ୍ରୟୋଜନ ନାହିଁ। ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି ଏହାର ବିକଳ୍ପ ଭାରତୀୟ ଆପ୍।

ଚାଇନାର ଟିକ୍‌ଟକ୍‌ ଆପକୁ ଟକ୍କର ଦେବା ପାଇଁ ଏବେ ଆସିଛି ଭାରତର ସ୍ୱଦେଶୀ ଆପ୍‌ ଚିଙ୍ଗାରି ।ପ୍ଲେ-ଷ୍ଟୋରରେ ଏହି ଆପକୁ ମଧ୍ୟ ଲୋକ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି ।ଚିଙ୍ଗାରି ଆପ୍‌କୁ ନେଇ ଭାରତୀୟଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଚିଙ୍ଗାରି ଆପ୍‌ ମଧ୍ୟ ଟିକ୍‌ଟକ୍‌ ଭଳି ଏକ ସର୍ଟ ଭିଡିଓ ସେୟାରିଂ ପ୍ଲାଟ୍‌ଫର୍ମ ଅଟେ। ଏଥିରେ ମଧ୍ୟ ୟୁଜର୍ସ ସର୍ଟ ଭିଡିଓ ପ୍ରସ୍ତୁତ କରି ସେୟାର କରିପାରିବେ । ଚିଙ୍ଗାରି ଆପର ଡେଭଲପର ଦେଇଥିବା ସୂଚନା ଅନୁସାରେ ଲୋକେ ଚାଇନିଜ୍‌ ଆପ୍‌କୁ ବୟକଟ୍‌ କରିବା ଆରମ୍ଭ କରିଥିବା ବେଳେ ଏହି ସ୍ୱଦେଶୀ ଆପ୍‌କୁ ବେଶ୍ ଗ୍ରହଣ କରୁଛନ୍ତି। ଆହୁରି ମଧ୍ୟ ସନ୍ତୋଷ ଜନକ କଥା ଏହାକି ଏହି ଆପକୁ ଡେଭଲପ କରିଛନ୍ତି ଜଣେ ଓଡ଼ିଆ ପୁଅ। ବାଙ୍ଗାଲୋରରେ ରହୁଥିବା ବିଶ୍ୱାତ୍ମା ନାୟକ ନାମକ ଜଣେ ଓଡ଼ିଆ ଯୁବକ ଏହି ଟିକ୍‌ଟକ୍‌ ଆପ୍‌ର ବିକଳ୍ପ ସୃଷ୍ଟି କରିଛନ୍ତି । ଗତ ଦୁଇ ମାସ ମଧ୍ୟରେ ଏହି ଆପ୍‌ରେ ୧ଲକ୍ଷ ଲୋକ ପଞ୍ଜିକୃତ ହୋଇସାରିଥିବା ବେଳେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୨ ଲକ୍ଷ ନୂଆ ପଞ୍ଜିକରଣ ହୋଇଛି । ଏବେ ପ୍ରତ୍ୟେକ ଦିନ ୪୦ ର ୫୦ହଜାର ନୂଆ ପଞ୍ଜିକରଣ ଦେଖିବାକୁ ମିଳୁଥିଲା ।ମାତ୍ର ବର୍ତ୍ତମାନ ଟିକଟକ ବ୍ୟାନ ହେବା ପରେ ଏହି ଚିଙ୍ଗାରି ଆପର ଲୋକପ୍ରିୟତା ବଢିବା ନେଇ ଆଶା କରାଯାଉଛି ।

ସୋମବାର ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ ଆପ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର। ଏସବୁ ଭିତରେ ଅଛନ୍ତି ସେୟାର ଚାଟ୍‌, ହେଲା, ଲାଇକି, ୱି ଚାଟ୍‌, ଭିଗୋ ଭିଡିଓ, କ୍ୟାମ ସ୍କାନର, ୟୁସି ବ୍ରାଉଜର, ୱଣ୍ଡର୍ କ୍ୟାମେରା ପରି କେତେକ ଆପ୍ ।

Leave A Reply

Your email address will not be published.