Latest Odisha News

BREAKING NEWS

ଋଷରେ ୭.୫ ତୀବ୍ରତାର ଭୂମିକମ୍ପ ଝଟକା; ସୁନାମୀ ୱାର୍ଣ୍ଣିଂ ଟଳିଲା

ମସ୍କୋ: ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବକ, ବୁଧବାର ଦିନ ଋଷର ପୂର୍ବୋତ୍ତର କୁରିଲ ଦ୍ୱୀପରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ କ୍ଷତି ହୋଇଥିବା ସୂଚନା ମିଳି ନାହିଁ ।

୭.୫ ତୀବ୍ରତାର ଭୂମିକମ୍ପ ପରେ ହାୱାଇରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । କିନ୍ତୁ ପରେ ଏହି ବିବୃତ୍ତିକୁ ଫେରାଇ ନିଆଯାଇଥିଲା । ଅଧିକାରୀ କହିଥିଲେ ଯେ, ଭୂମିକମ୍ପର ୧ ଘଣ୍ଟା ପରେ ସୁନାମୀ ଢ଼େଉ ଆସିନି । ଏହାପରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.