Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଅସ୍ଥାୟୀ ଭାବେ ସେବା ବନ୍ଦ କଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା ହୋଇଛି । ସେଥିପାଇଁ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି । ଫ୍ଲିପକାର୍ଟ ୱେବସାଇଟକୁ ଖୋଲିବା ମାତ୍ରେ ଏକ ବ୍ୟାନର ରହିଛି, ଯେଉଁଠି ଏହି ମେସେଜ ଦିଆଯାଇଛି ।

ବ୍ୟାନରରେ ଲେଖା ହୋଇଛି, “ଆମେ ଆମର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରୁଛୁ । ଆମ ପାଇଁ ଆପଣଙ୍କ ଆବଶ୍ୟକତା ସର୍ବପ୍ରଥମେ ଏବଂ ଯେତେ ଶୀଘ୍ର ହେବ ଆମେ ଫେରିବୁ । ଏହା ଏକ ଘଡିସନ୍ଧି ମୁହୂର୍ତ୍ତ, ପୂର୍ବରୁ କେବେ ହୋଇନଥିଲା । ଏମିତି କେବେ ହୋଇନି କି ଲୋକ ସୁରକ୍ଷିତ ରହିବା ପାଇଁ ପରସ୍ପର ଠାରୁ ଅଲଗା ରହିବାକୁ ପଡୁଛି । ଆମେ ଆପଣଙ୍କୁ ନିବେଦନ କରୁଛୁ ଯେ, ଆପଣ ବି ନିଜ ଘରେ ସୁରକ୍ଷିତ ରୁହନ୍ତୁ । ଆମେ ଅତିଶୀଘ୍ର ଫେରିବୁ ଏବଂ ମିଳିମିଶି ଏହି ସଙ୍କଟରୁ ବାହାରିବା ।”

Leave A Reply

Your email address will not be published.