Latest Odisha News

BREAKING NEWS

ଭୂ-କମ୍ପର ଝଟକାରେ ଥରିଲା ଉତ୍ତର ଭାରତ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଶ୍ରୀନଗର: ଭୂ-କମ୍ପର ଝଟକାରେ ଥରିଲା ଉତ୍ତର ଭାରତର କିଛି ରାଜ୍ୟ । ଦିଲ୍ଲୀ ସହିତ ଭୂକମ୍ପର ତୀବ୍ର ଝଟକାରେ ଥରିଲା ଜମ୍ମୁ-କାଶ୍ମୀର ଓ ଚଣ୍ଡିଗଡ଼ । ନ୍ୟାସନାଲ ଜିୟୋଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମୁତାବିକ, ଏହାର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶରେ ଭୂପୃଷ୍ଠ ଠାରୁ ୨୧୫ କିଲୋମିଟରର ଗଭୀରତାରେ ଥିବା କୁହାଯାଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ମପା ଯାଇଛି ।

ଶନିବାର ସନ୍ଧ୍ୟାରେ ଅନୁଭୂତ ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ, ଘର ଓ ଅଫସିରେ ବସିଥିବା ଲୋକେ ଭୟରେ ବାହାରକୁ ଦୌଡ଼ିଥିଲେ । ହେଲେ ଏଥିରେ ଧନଜୀବନ ନଷ୍ଟ ହେବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳି ନାହିଁ ।

ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ଖୁବ୍ ଗଭୀରରେ ଥିଲା । ଏଥିଯୋଗୁଁ ଏହାର ଝଟକା ଅନେକ ଦେଶର ଅନୁଭୂତ ହୋଇଛି । ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଭାରତ , ଚୀନ , ତାଜାକିସ୍ତାନ , ଉଜବେକିସ୍ତାନ , କିର୍ଗିସ୍ତାନ ଓ ତୁର୍କମେନିସ୍ତାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

Leave A Reply

Your email address will not be published.