Latest Odisha News

ତିନି ବର୍ଷ ମଧ୍ୟରେ ପୂର୍ବତଟ ରେଳପଥରେ ରେଳ ଦକ୍ଷତା ବିକାଶ ଯୋଜନାରେ ମାଗଣା ଟ୍ରେନିଂ ନେବେ ଅଢେଇ ହଜାର ଯୁବକ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ପୂର୍ବତଟ ରେଳପଥ ଆରମ୍ଭ କରିଛି ରେଳ ଦକ୍ଷତା ବିକାଶ ଯୋଜନା । ସର୍ବନିମ୍ନ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ୧୮ରୁ ୩୫ ବର୍ଷ ବୟସର ପ୍ରାୟ ୨୫୦୦ ଯୁବକଙ୍କୁ ପୂର୍ବତଟ ରେଳପଥରେ ତିନି ବର୍ଷ ମଧ୍ୟରେ ମାଗଣା ତାଲିମ ଦିଆଯିବ । ବିଶାଖାପାଟନମ ଡିଜେଲ ଲୋକୋ ଶେଡ, ଅନୁଗୁଳ ଓ ବିଶାଖାପାଟନମ ସ୍ଥିତ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ବରରେ ଥିବା ରେଳବାଇ ଡ଼ବା ମରାମତି କର୍ମଶାଳାରେ ୱେଲଡିଂ, ଇଲେକ୍ଟ୍ରିସିଆନ ଏବଂ ଫିଟର ଟ୍ରେଡ ମାନଙ୍କରେ ଏହି ତାଲିମ ଦିଆଯିବ ।

ଏହି ତାଲିମ ତିନି ସପ୍ତାହରେ ୧୦୦ ଘଣ୍ଟା ମଧ୍ୟରେ କ୍ଲାସ୍ / ପ୍ରାକ୍ଟିକାଲ୍ ଟ୍ରେନିଂ ପାଇଁ ଧାର୍ଯ୍ୟ କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏବଂ ଶନିବାର ଦିନ ସକାଳ ୯ଟା ଅପରାହ୍ନ ୧ଟା ପର୍ଯ୍ୟନ୍ତ କ୍ଲାସ୍ / ପ୍ରାକ୍ଟିକାଲ୍ ଟ୍ରେନିଂ ପ୍ରଦାନ କରାଯିବ । ଏହି ବିଷୟରେ ସବିଶେଷ ତଥ୍ୟ ପାଇଁ ପୂର୍ବତଟ ରେଳପଥ ୱେବସାଇଟ୍ ତଥା ସମ୍ପୃକ୍ତ ତାଲିମ କେନ୍ଦ୍ରରେ ଯୋଗାଯୋଗ କରିହେବ ।

ବିଶାଖାପାଟନମ୍ ଏବଂ ଅନୁଗୁଳରେ ଇଲେକ୍ଟ୍ରିକାଲ ଲୋକୋ ଶେଡ୍ ପାଇଁ ଆବେଦନ ଦାଖଲ ଶେଷ ତାରିଖ ଅଗଷ୍ଟ ୩୧ ତାରିଖ ଥିବା ବେଳେ ବିଶାଖାପାଟନମ୍ ଡିଜେଲ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ବର ଡ଼ବା ମରାମତି କର୍ମଶାଳା ପାଇଁ ସେପ୍ଟେମ୍ବର ୩ ତାରିଖ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.