Latest Odisha News

BREAKING NEWS

ବୃଦ୍ଧାଶ୍ରମରେ ଖୁସି ବାଣ୍ଟିଲେ ଅଭିନେତା ଜ୍ୟୋତି

ଭୁବନେଶ୍ବର : ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ବୃଦ୍ଧାଶ୍ରମରେ ସମୟ ବିତାଇ ଖୁସି ବାଣ୍ଟିଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ । ଭୁବନେଶ୍ବର ଜିଜିପି କଲୋନୀ ସ୍ଥିତ ‘ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ଓଲିଉଡ଼ ଅଭିନେତା ଜ୍ୟୋତି, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ମନସ୍ବିନୀ ସପରିବାର ଏହି ଆନନ୍ଦମୟ ଅବସରରେ ସାମିଲ ହୋଇଥିଲେ । ଜ୍ୟୋତି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ମିଠା ବାଣ୍ଟିଥିଲେ । ସେହିପରି ରାକ୍ଷୀ ବାନ୍ଧିଥିଲେ ସୂର୍ଯ୍ୟମୟୀ ଓ ମନସ୍ବିନୀ । ରାକ୍ଷୀପୂର୍ଣ୍ଣମୀରେ ପ୍ରିୟ କଳାକାରଙ୍କୁ ପାଖରେ ପାଇ ଅନ୍ତେବାସୀଙ୍କ ଖୁସି କହିଲେ ନସରେ । ଏହି ଅବସରରେ ସୁମଧୁର କଣ୍ଠରେ ଗୀତ ଗାଇ ବୃଦ୍ଧାଶ୍ରମର ପରିସରକୁ ସଂଗୀତ ମୁଖର କରିଥିଲେ ଅନ୍ତେବାସୀ କୁନ୍ତଳା ଦେବୀ ।

କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅଭିନେତା ଜ୍ୟୋତିଙ୍କ ମା’ ଜୟଶ୍ରୀ ନାୟକ, ଅଭିନେତ୍ରୀ ଭୂମିକାଙ୍କ ମା’ ତୃପ୍ତି ଦାଶ ଓ ସୂର୍ଯ୍ୟମୟୀଙ୍କ ମା’ ସସ୍ମିତା ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ । ସେମାନଙ୍କ ବ୍ୟତୀତ ଆୟୋଜକ ଭାବେ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର, ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ବରିଷ୍ଠ ଚଳଚ୍ଚିତ୍ର ସମ୍ପାଦକ ହରପ୍ରସାଦ ମହାପାତ୍ର ଏବଂ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମ ମୁଖ୍ୟ ରାମ ବାବୁ ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାକୁ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ବୋଲି ନୂଆ ପୀଢ଼ିର ନାୟକ ତଥା ଡ୍ୟାନ୍ସିଂ ଷ୍ଟାର ଜ୍ୟୋତି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.