Latest Odisha News

BREAKING NEWS

ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍

ଚେନ୍ନାଇ: ଦୁଲୀପ ଟ୍ରଫି ୨୦୨୬-୨୭ର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୬ ରୁ ୧୦ ମଧ୍ୟରେ ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଇଷ୍ଟ ଜୋନ୍ ଏବଂ ସାଉଥ୍ ଜୋନ୍ ମଧ୍ୟରେ ଖେଳାଯାଇଥିଲା । ଏହି ୫-ଦିନିଆ ଫାଇନାଲ୍ ମ୍ୟାଚ୍ ଡ୍ର  ଭାବେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସରେ ବୃହତ୍ ଅଗ୍ରଣୀ  ଆଧାରରେ ଇଷ୍ଟ ଜୋନ୍ କୁ ବିଜେତା ଘୋଷଣା କରାଯାଇଛି ।  ଇଷ୍ଟ ଜୋନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି କ୍ୟାପ୍ଟେନ୍ ଇଶାନ କିଷନ୍‌ଙ୍କ ବିସ୍ଫୋରକ ୨୭୦ ରନ୍ ଏବଂ କୁମାର କୁଶାଗ୍ରଙ୍କ ୧୦୧ ରନ୍ ବଳରେ ପ୍ରଥମ ଇନିଂସରେ ୭୦୮ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ସାଉଥ୍ ଜୋନ୍ ନିଜର ପ୍ରଥମ ଇନିଂସରେ କେବଳ ୩୩୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।  ପ୍ରଥମ ଇନିଂସ ଶେଷ ସୁଦ୍ଧା ଇଷ୍ଟ ଜୋନ୍‌କୁ ୩୭୨ ରନ୍‌ର ବୃହତ୍ ଅଗ୍ରଣୀ ମିଳିଥିଲା ।

ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ନିୟମ ଅନୁସାରେ, ମ୍ୟାଚ୍ ଡ୍ର ହେଲେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ଦଳକୁ ବିଜେତା ଭାବେ ଚୟନ କରାଯାଏ । ଦ୍ୱିତୀୟ ଇନିଂସରେ ବି ଇଷ୍ଟ ଜୋନ୍‌ର ବ୍ୟାଟରମାନେ ଦମଦାର ପ୍ରଦର୍ଶନ କରିଥିଲେ । କୁନୈନ କୁରୈଶୀ (ଅପରାଜିତ ୧୧୬) ଶତକ ହାସଲ କରିଥିବା ବେଳେ କ୍ୟାପ୍ଟେନ୍ ଇଶାନ କିଷନ୍ (୮୦), ଅନୁକୂଳ ରୋୟ (୬୪) ଏବଂ ଶିକର ମୋହନ (୫୨) ଅର୍ଦ୍ଧଶତକ ହାସଲ କରିଥିଲେ । ଇଷ୍ଟ ଜୋନ୍ ୩୮୮/୭ ରନ୍‌ରେ ନିଜର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା, ଯାହାଫଳରେ ସାଉଥ୍ ଜୋନ୍‌କୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା ।  ଇଷ୍ଟ ଜୋନ୍ ଦୀର୍ଘ ୧୪ ବର୍ଷ ପରେ ପୁଣି ଥରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେବାର ଗୌରବ ହାସଲ କରିଛି ।

Leave A Reply

Your email address will not be published.