ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଡାଇବେଟିସ୍ ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ସାଧାରଣତଃ ଶରୀରରେ ସୁଗାର ଲେବଲ କୁ କଣ୍ଟ୍ରୋଲ କରିବାକୁ ଲୋକ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ଆମେ ନିୟନ୍ତ୍ରଣରେ ରଖିପାରିବା । ଘରେ ସାଧାରଣତଃ ଆମେ ରୋଷେଇ ରେ ତେଜପତ୍ର ବ୍ୟବହାର କରୁ । କିନ୍ତୁ ଆପଣମାନେ ଜାଣିଛନ୍ତି ଏହା କେବଳ ରୋଷେଇ ନୁହେଁ , ବିଭିନ୍ନ ରୋଗ ପାଇଁ ଏହା ଏକ ଭଲ ମହୌଷଧି ।
ଏଥିରେ ଭିଟାମିନ୍-ଏ , ବି-୬, ଭିଟାମିନ୍ ସି ରହିଥାଏ । ଯାହା ଆମ ଶରୀରରେ ସୁଗାର ଲେବଲକୁ କଣ୍ଟ୍ରୋଲ କରିଥାଏ । ତେଜପତ୍ର ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ୍ କରିବା ସହ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଚା ସହ ତେଜପତ୍ରକୁ ମିଶାଇ ପିଇଲେ ରକ୍ତରେ ସୁଗାର କମିଯାଏ । ଏହାସହ ତେଜପତ୍ରରେ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଛି । ଯାହା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାର୍ଯ୍ୟ କରେ । ଏଥିରେ କ୍ୟାଫେକ୍ ନାମକ ଉପାଦାନ ରହିଛି , ଯାହା ଆମ ହାର୍ଟ ପାଇଁ ବେଶ୍ ଲାଭଦାୟକ ।
Comments are closed.