ବ୍ୟୁରୋ: ଶରୀରରେ ହାଡର ଘନତ୍ୱ ବା ମଜବୁତି ସାଧାରଣତଃ ୨୦ରୁ ୩୦ ବର୍ଷ ବୟସରେ ହୋଇଥାଏ । ଯେତେବେଳେ ହାଡ ଘନତା ହରାଇ ଦୁର୍ବଳ ହୋଇଯାଏ, ଭାଙ୍ଗିବାର ଆଶଙ୍କା ବୃଦ୍ଧି ପାଏ, ସେତେବେଳେ ଓଷ୍ଟେଓପୋରେସିସ୍ ହୁଏ । ଏହା ସାଧାରଣତଃ ବୟସ୍କ ବ୍ୟକ୍ତି ଏବଂ କିଛି ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକଙ୍କ ଠାରେ ବୃଦ୍ଧି ପାଏ । ଦୀର୍ଘ ସମୟ ଧରି ଶଯ୍ୟାଶାୟୀ ରହୁଥିବା ବରିଷ୍ଠ ବ୍ୟକ୍ତି ହୁଅନ୍ତୁ କି ବସି ରହିବା ଜୀବନଶୈଳୀ, ଦୀର୍ଘକାଳୀନ ରୋଗ ଏବଂ ଅନୁପଯୁକ୍ତ ପୁଷ୍ଟିସାର ହାଡ କ୍ଷୟର ମୁଖ୍ୟ କାରଣ ହୋଇପାରେ । ଆପଣଙ୍କ ଜୀବନରେ ପିଲାବେଳେ ଘଟିଥିବା ଘଟଣାରୁ ବୟସ୍କ ହେବାପରେ ହାଡ ଜନୀତ ସମସ୍ୟା ଉପୁଜିଥାଏ । ଯେଉଁବ୍ୟକ୍ତି ପ୍ରତିଦିନ ବ୍ୟାୟାମ କରନ୍ତି ଏବଂ ଶାରିରୀକ ଭାବେ ସୁସ୍ଥ ଥାନ୍ତି ସେମାନଙ୍କର ହାଡ ମଜବୁତ ଥାଏ । ବୟସ ବଢିଲେ ହାଡର ଘନତା ହ୍ରାସ ପାଇବା ସହ ଏକ ଉତ୍ତମ ସଂଚୟ ଯୋଗାଇପାରିବ । ନିୟମିତ ବ୍ୟାୟାମ ଆମ ଶରୀରରେ ହାଡର ମଜବୁତି ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଆପଣଙ୍କ ହାଡକୁ ଶରୀର ଓଜନକୁ ସମର୍ଥନ କରୁଥିବା କାମ, ଯେମିତିକି ଜୋରରେ ଚାଲିବା ଦୌଡିବା ହାଡ ଗଠନକୁ ଉତ୍ସାହିତ କରିପାରେ । ଶକ୍ତି, ମାଂସପେଶୀ ଶାରିରୀକ ସ୍ଥିରତାକୁ ଉନ୍ନତ କରିବାରେ ସହାୟକ ହୁଏ । ଯାହା ବୟସାଧିକ ସମୟରେ ପଡିଯିବା କି ହାଡ ଭାଙ୍ଗିବାର ଆଶଙ୍କା ହ୍ରାସ କରିଥାଏ । ଯୁବାବସ୍ଥାରେ ବ୍ୟାୟାମ କରିବା ହାଡର ଘନତାକୁ ବୃଦ୍ଧି କରେ ଯାହା ଆଗକୁ ବୟସ୍କ ହେବା ବେଳକୁ କାମ ଦିଏ । ତେବେ ଏଥିପାଇଁ ଆମକୁ କ୍ୟାଲସିଅମ ୟୁକ୍ତ ଖାଦ୍ୟ ସେବନର ଆବଶ୍ୟକତା ରହୁଛି । କ୍ଷୀର ଏବଂ ଅନ୍ୟ କ୍ଷୀରଜାତ ଖାଦ୍ୟ କ୍ୟାଲସିଅମର ଉତ୍ସ । କିନ୍ତୁ ହାଡ ସମ୍ପୂଣ୍ଣ ର୍ ଭାବେ କ୍ଷୀର କିମ୍ବା କ୍ଷୀରଜାତ ଖାଦ୍ୟ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ । ବୟସ ବଢିବା ସହ ପାକସ୍ଥଳୀ ସମସ୍ୟା ଏବଂ ଅନ୍ୟାନ୍ୟ କ୍ୟାଲସିଅମ ସମେତ ପୁଷ୍ଟିକର ତତ୍ତ୍ୱ ସମେତ ପୋଷଣକୁ ପ୍ରଭାବିତ କରେ । ଖାଦ୍ୟପେୟରେ କ୍ୟାଲସିଅମ ଅଧିକ ରଖିବା ଆବଶ୍ୟକ । ଯେମିତିକି ଛୋଟ ମାଛ, ମିଲେଟ୍, ରାଗି, ଆଲମଣ୍ଡ ଖାଇଲେ ଶରୀରକୁ କ୍ୟାଲସିଅମ ପ୍ରଚୁର ପରିମାଣର ମିଳେ । ଗୋଟିଏ ପ୍ରକାରର ଖାଦ୍ୟ କିମ୍ବା ପରିପୂରକ ଉପରେ ନିର୍ଭର କରିବା ଅପେକ୍ଷା ବିବିଧ ଖାଦ୍ୟ ଖାଇବା ଆବଶ୍ୟକ । ଶରୀର ପାଇଁ ଭିଟାମିନ୍ ଡି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଶରୀରକୁ କ୍ୟାଲସିଅମ ଯୋଗାଏ । ବୟସ , ଖାଦ୍ୟ , ସୂର୍ଯ୍ୟକିରଣ ଏବଂ ଚିକିତ୍ସା ଆବଶ୍ୟକତା ଉପରେ ଭିଟାମିନ୍ ଡି ଗ୍ରହଣ କରିବା ନିଭ ର୍ର କରେ । ଫଳରେ ଡାକ୍ତର ଭିଟାମିନ- ଡି ସପ୍ଲିମେଂଟ ସୁପାରିସ କରିପାରନ୍ତି । ଏହାରି ଭିତରେ ଯଦି ଆପଣ ଧୁମ୍ରପାନ କରୁଛନ୍ତି, ତେବେ ଆପଣଙ୍କ ହାଡର ମଜବୁତି କମିବା ନିଶ୍ଚିତ । କେବଳ ହାଡ ନୁହେଁ, ହାର୍ଟ, ଲଙ୍ଗସ୍ ପୁରା ଶରୀରର ସ୍ୱାସ୍ଥ୍ୟାବସ୍ଥା ବିଗାଡିଦିଏ । ତେବେ କେଉଁବୟସରେ କିମ୍ବା କେବେ ଆମେ ଆମ ହାଡର ଘନତ୍ୱ ପରୀକ୍ଷା କରିବା ଆବଶ୍ୟକ । ଅଷ୍ଟିଓପୋରୋସିସ୍ ସ୍ପଷ୍ଟ ଲକ୍ଷଣ ବିନା ହାଡ ଭାଙ୍ଗିପାରେ । ତେଣୁ ବୟସ ସମୟ ଥାଉ ଥାଉ ନିଜ ଡାକ୍ତରଙ୍କ ପରାମର୍ଶ ନେଇ ହାଡର ଘନତା ପରୀକ୍ଷା କରିନିଅନ୍ତୁ । ଡେକ୍ସା ବା ବିଏମଡି ସ୍କାନ୍ କଲେ ହାଡର ଘନତା ଜମାପଡିଯାଏ । ଅଷ୍ଟିଓପୋରୋସିସ୍ ଚିହ୍ନଟ ହେଲା ପରେ ଜୀବନଶୈଳୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ନେବା ଆବଶ୍ୟକ ଫଳରେ ହାଡର ମଜବୁତି ଧିରେଧିରେ ବଢାଇବ । ଖାଦ୍ୟ ଗ୍ରହଣ କିମ୍ବା ଭିଟାମିନ ଡି ସ୍ତର ଆବଶ୍ୟକମୁତାବକ ନଥିଲେ କ୍ୟାଲସିଅମ ଏବଂ ଭିଟାମିନ ଡି ସପ୍ଲିମେଂଟ ମଧ୍ୟ ଦିଆଯାଇପାରେ । ମୁଲ୍ୟାଙ୍କନ ବିନା ସପ୍ଲିମେଂଟ ଆରମ୍ଭ କରିବା ପରିବର୍ତ୍ତେ ବ୍ୟକ୍ତିଗତ ହାଡ ଭଙ୍ଗା ଚିକିତ୍ସା ଇତିହାସ ଉପରେ ଆଧାର କରି ଚିକିତ୍ସା ନେବା ଦରକାର । ହାଡ ସ୍ୱାସ୍ଥ୍ୟର ସୁରକ୍ଷା ଏକ ଦୀର୍ଘକାଳୀନ ପ୍ରକ୍ରିୟା । ଶାରିରୀକ ଭାବେ ସକ୍ରିୟ ରୁହନ୍ତୁ ଖାଦ୍ୟରେ କ୍ୟାଲସିଅମ ଯୁକ୍ତ ଖାଦ୍ୟ ମିଶାନ୍ତୁ ଆବଶୟକୀୟ ଭିଟାମିନ-ଡି ନିଅନ୍ତୁ । ଅଧିକ ବିପଦ ହେଲେ ଡାକ୍ତଙ୍କ ପରାମର୍ଶ ନିଅନ୍ତୁ । ହାଡର ସୁରକ୍ଷା ଆପଣଙ୍କୁ ସ୍ୱାଧୀନ ଓ ଗତିଶୀଳ ରଖିବାରେ ସହାୟକ ହେବ ।
BREAKING NEWS
- IND-SRI ଦିନିକିଆ: ବଦଳିବନି ଭେନ୍ୟୁ, ବିସିସିଆଇ ଦେଲା ସ୍ପଷ୍ଟୀକରଣ
- ପ୍ରତିଦିନ ଦୁଗ୍ଧଜାତ ଖାଦ୍ୟ ଖାଉଛନ୍ତି କି? ତଥାପି କାହିଁକି ଦୁର୍ବଳ ହେଉଛି ହାଡ?
- ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ
- କଲେଜ ପରିସରରେ ଉତ୍ତେଜନା;ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ,ଘଟଣାସ୍ଥଳରେ ପୋଲିସ
- ଭିଜିଲାନ୍ସ ଜାଲରେ ABEO; ରହିଛି ୧୯ ପ୍ଲଟ, ୩ କୋଠା…
- The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ
- ରେକର୍ଡ ଗଢ଼ିଲା ପାରଦୀପ ବନ୍ଦର: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା
- ସ୍ଵଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ SIR ଆବଶ୍ୟକ: ମୁଖ୍ୟମନ୍ତ୍ରୀ
- ଡିଜେକୁ ବିରୋଧ କରିବାରୁ ଗଣ୍ଡଗୋଳ; ୫ ଆହତ
- ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ
