ବ୍ୟୁରୋ: ଶରୀରକୁ ସୁସ୍ଥ ରଖିବାକୁ ଛୋଟରୁ ବଡ ସମସ୍ତେ ଏବେ ସତର୍କ । କିଏ ଜିମ୍ ଗଲାଣି ତ କିଏ ହେଲଦି ଖାଇଲାଣି । କିଏ ଓଜନ ବଢାଇବାକୁ ଖାଉଛି ପ୍ରୋଟିନ୍ ତ କିଏ କମାଇବାକୁ କରୁଛି କସରତ । ଏହାରି ଭିତରେ କିନ୍ତୁ ଡାଏଟ୍ ହେଉଛି ସବୁଠୁ ଗୁରୁତ୍ୱପୂଣ୍ଣ ର୍ା ଖାଦ୍ୟପେୟ ଠିକ୍ ରଖିଲେ ଶରୀର ସୁସ୍ଥ ରହିବ । ହେଲଦି ଡାଏଟ୍ରେ ଚିନାବାଦାମ୍ ବା ପିନଟ୍ ସବୁଠୁ ଆଗରେ ରହିଛି । ଖାଇବାକୁ ଯେତିକି ସ୍ୱାଦ, ଦେହ ପାଇଁ ବି ଭଲ । ହେଲେ କେତେ ପରିମାଣର ସେବନ ଦେହକୁ ଠିକ୍ ରଖିବ ଆଉ ଅଧିକ ସେବନ କଲେ କଣ କ୍ଷତି ହେବ ଆସନ୍ତୁ ଜାଣିବା । ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଚିନାମାବାଦ ଏକ ପ୍ରୀୟ ଏବଂ ସଠିକ ଖାଦ୍ୟ । କିନ୍ତୁ ଆମେ ପ୍ରାୟତଃ ଏହାର ଉପକାରିତାକୁ ଅଣଦେଖା କରି ଯେକୌଣସି ସମୟରେ ସେବନ କରୁ । ସେ ଲୁଣିଆ, ମସଲାଦାର ଚିନାବାଦାମ ସେବନ ଦେହ ପାଇଁ କ୍ଷତିକାରକ ହୋଇପାରେ ତାହା ଆମେ ବୁଝି ପାରୁନା । ବିଜ୍ଞାନରେ ଏହି ସାଧାସିଧା ଶସ୍ତା ଖାଦ୍ୟର ସଜ୍ଞା ଭିନ୍ନ । ଯାହା ବାସ୍ତବରେ ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାକୁ ସବୁଠାରୁ ସହଜ ଓ ସୁଲଭ ଉପାୟ ହୋଇପାରେ । ସାଧାରଣତଃ ଚିନାବାଦାନ ଏକ ପୁଷ୍ଟିସାର ସମୃଦ୍ଧ ଖାଦ୍ୟ । ଏହା ଉଦ୍ଭିଦ-ଭିତ୍ତିକ ପ୍ରୋଟିନର ଏକ ଭଲ ଉତ୍ସ । ଏବଂ ସ୍ୱାସ୍ଥ୍ୟ ତଥା ଦୀର୍ଘସ୍ଥାୟୀ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ବାସ୍ତବରେ ମୁଖ୍ୟ ପୋଷକ ତତ୍ତ୍ୱ ବ୍ୟତିତ ଚିନାବାଦାମରେ ଭିଟାମିନ୍-ଇ, ଭିଟାବିନ୍-ବି୩, ମ୍ୟାଗ୍ନେସିଅମ, ଫସଫରସ ଓ କପର୍ ଭଳି ଅତ୍ୟାବଶ୍ୟକ ଭିଟାମିନ ଓ ଖଣିଜ ପଦାର୍ଥ ରହିଛି । କେବଳ ସେତିକି ନୁହେଁ ଶକ୍ତିଶାଳୀ ଆଂଟି-ଅକ୍ସିଡାଂଟ ମଧ୍ୟ ପ୍ରଚୁର ପରିମାଣର ରହିଛି । ତେବେ ଆରିଷ୍ଟଟଲଙ୍କ ଅଧ୍ୟୟନ ଅନୁସାରେ, ୬ମାସ ଧରି ଚାଲିଥିବା ଏକ ପରୀକ୍ଷଣରେ ୬୩ ଜଣ ବୟସ୍କ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିଲା । ଏହି ବ୍ୟକ୍ତିମାନେ ନିଜର ଦୈନନ୍ଦିନ ଖାଦ୍ୟାଭ୍ୟାସରେ ସାମାନ୍ୟ ପରିମାଣର ଚିନାବାଦାମ, ୨ଚାମଚ ପିନଟ୍ ବଟର୍ କିମ୍ବା ଚିନାବାଦାମ ତେଲରୁ ପ୍ରସ୍ତୁତ ସ୍ପ୍ରେଡ୍ । ଅଧ୍ୟୟନ ପଛର ମୁଖ୍ୟ ମୁଦ୍ଦା ଥିଲା, ଏହା କିଛି ବିରାଟ ପରିବର୍ତ୍ତନ ଆଣୁଛି ନା କେବଳ ଫ୍ୟାଟ୍ କଥା କହୁଛି । ନିଷ୍କର୍ଷ ଏହା ଥିଲା, ଯେଉଁମାନେ ଚିନାବାଦ କିମ୍ବା ବଟର ପିନଟ୍ ଖାଇଥିଲେ ସେମାନଙ୍କ ଶରୀର କିପରି ରକ୍ତ ଚବି ର୍ ପରିଚାଳନା କରିଥିଲା, ଉଲ୍ଲେଖନୀୟ ଭାବରେ ସେମାନଙ୍କ ଟ୍ରାଇଗ୍ଲିସେରସାଇଡ ସ୍ତର ହ୍ରାସ କରିଥିଲା । ରକ୍ତରେ ଟ୍ରାଇଗ୍ଲିସେରସାଇଡ ବଢିବା ଅର୍ଥାତ୍ ଗୁପ୍ତ ରକ୍ତ ଚବି ର୍ ଯାହା ଅତ୍ୟଧିକ ହେଲେ ଆପଣଙ୍କ ହୃଦରୋଗର ବିପଦକୁ ଚୁପଚାପ୍ ବୃଦ୍ଧି କରେ । ବାଦାମ୍ ଓ ବାଦାମ ଚୋପାରେ ପ୍ରଚୁର ଫାଇବର ମଧ୍ୟ ରହିଛି । ଯଦି ୪ସପ୍ତାହ ପାଇଁ ପ୍ରତିଦିନ ମୁଠାଏ ଲେଖାଏ ଚିନାବାଦାମ୍ ସେବନ କରାଯାଏ ତେବେ ଏଥିରେ ଥିବା ଭଲ କୋଲେଷ୍ଟ୍ରଲ୍ ଶରୀରରେ ପ୍ରବାହିତ ରକ୍ତରୁ ଅଧିକ ଥିବା ଚବି ର୍ ସଫା କରିଦିଏ । ଏହାସହ ହୃଦରୋଗ ବିପଦ ଆକଳନ ହ୍ରାସ ପାଇଥାଏ । ଯେଉଁ ମହିଳା ମାନେ ପ୍ରତିଦିନ ବାଦାମ ଓ ପିନଟ୍ ବଟର ସେବନ କରନ୍ତି, ସେମାନଙ୍କ ଶରୀରରେ ବ୍ୟାଡ୍ କଲେଷ୍ଟ୍ରଲ ଓ ସୁସ୍ଥ ସାମଗ୍ରୀକ ଚବି ର୍ ପରିଲଖିତ ହୁଏ । ବ୍ୟାୟାମ , ଓଜନ ଓ ସାଧାରଣ ଖାଦ୍ୟ ଗୁଣବତ୍ତାର ପାର୍ଥକ୍ୟକୁ ହିସାବ କରିବା ସମୟରେ ମଧ୍ୟ ବାଦାମ ସେବନ ଅଭ୍ୟାସ ଏକ ସ୍ପଷ୍ଟ ସୁରକ୍ଷାକାରଣ ଭାବେ ଉଭା ହେବ । ଚିନାବାଦାମ ଖାଇବା ପାଇଁ ନିଜ ମନ ସହ କୌଣସି ଦ୍ୱନ୍ଦ୍ୱ କି ବୁଝାମଣା କରିବାର ଆବଶ୍ୟକତା ନାହିଁ । ଏହାର କମ୍ ମୂଲ୍ୟ ଏବଂ ଦୀର୍ଘ ସମୟ ସତେଜ ରହିବା ଗୁଣକୁ ବିଚାର କଲେ, ପିନଟ୍ ବଟରରୁ ଗୋଟେ ଚାମଚ କିମ୍ବା ମୁଠାଏ ଭଜା ଚିନାବାଦାମ ଖାଇବା ଏକ ବୁଦ୍ଧିମାନ ଓ ଅତ୍ୟନ୍ତ ପୁଷ୍ଟିକର ନିଷ୍ପତ୍ତି ଅଟେ । ଏଥିପାଇଁ ଆପଣଙ୍କ ହୃଦୟ ଆପଣଙ୍କୁ ଧନ୍ୟବାଦ ଦେବ । ହେଲେ ତାଠାରୁ ଅଧିକ ସେବନ ଆପଣଙ୍କ ଶରୀରକୁ ସଙ୍କଟରେ ପକାଇଦେବ ।
BREAKING NEWS
- ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ
- କଲେଜ ପରିସରରେ ଉତ୍ତେଜନା;ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ,ଘଟଣାସ୍ଥଳରେ ପୋଲିସ
- ଭିଜିଲାନ୍ସ ଜାଲରେ ABEO; ରହିଛି ୧୯ ପ୍ଲଟ, ୩ କୋଠା…
- The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ
- ରେକର୍ଡ ଗଢ଼ିଲା ପାରଦୀପ ବନ୍ଦର: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା
- ସ୍ଵଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ SIR ଆବଶ୍ୟକ: ମୁଖ୍ୟମନ୍ତ୍ରୀ
- ଡିଜେକୁ ବିରୋଧ କରିବାରୁ ଗଣ୍ଡଗୋଳ; ୫ ଆହତ
- ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ
- ବ୍ରହ୍ମପୁରରୁ ୩୦୦୦ କେଜି ନକଲି ମସଲା ଗୁଣ୍ଡ ଜବତ
- ପ୍ରଗତି ପଥେ ନୂଆ ପାଦ: ୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ
