ଭୁବନେଶ୍ୱର: ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ । ହାଡ଼ ଦୁର୍ବଳ ହେଲେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ନାନାଦି ସମସ୍ୟା ଦେଖା ଦେଇଥାଏ।
ଏଥିପାଇଁ ଆମକୁ ଅନେକ ଔଷଧ ସେବନ କରିବାକୁ ପଡିଥାଏ । ଯାହା ଶରୀରକୁ ଆହୁରି ଅଧିକ ଆସୁସ୍ଥ କରିଦେଇଥାଏ ।
ହାଡ଼କୁ ମଜଭୁତ କରିବା ପାଇଁ ବିଶେଷତଃ କ୍ୟାଲସିୟମ୍ର ଆବଶ୍ୟକତା ପଡ଼ିଥାଏ। ତେଣୁ ହାଡ଼ ମଜଭୁତ କରିବା ପାଇଁ ଭୋଜନରେ କ୍ୟାଲ୍ସିୟମ୍ ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଆବଶ୍ୟକ।
ହାଡ଼ ମଜଭୁତ୍ ରଖିବା ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ସବୁଜ ପନିପରିବା। କାରଣ ସବୁଜ ପନିପରିବାରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ।
କ୍ୟାଲସିୟମ ସହ ହାଡ଼ ମଜଭୁତ ପାଇଁ ଭିଟାମିନ୍-ଏ ଏବଂ କେ’ର ମଧ୍ୟ ଆବଶ୍ୟକତା ରହିଛି। ଏଥିସହ ଆପଣ ପୋଟାସିୟମ ଏବଂ ଜିଙ୍କ୍ ଥିବା ଖାଦ୍ୟ ମଧ୍ୟ ଖାଇବା ଉଚିତ।
ତେବେ ଆସନ୍ତୁ ଜାଣିବା ହାଡ଼କୁ ମଜଭୁତ କରିବା ପାଇଁ କେଉଁ କେଉଁ ଖାଦ୍ୟକୁ ଦୈନିକ ଭୋଜନରେ ସାମିଲ କରିବା ଉଚିତ
ହାଡ଼ ମଜବୁତ୍ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ପିସ୍ତା ବାଦାମ ଖାଆନ୍ତୁ। ଗୋଟିଏ ମୁଠା ପିସ୍ତା ବାଦାମରେ ୭୫ ଗ୍ରାମରୁ ଅଧିକ କ୍ୟାଲସିୟମ ରହିବା ସହ ପୋଟାସିୟମ ଏବଂ ପ୍ରୋଟିନ ମଧ୍ୟ ରହିଥାଏ।
ହାଡ଼କୁ ମଜଭୁତ୍ ରଖିବା ପାଇଁ ଆପଣ ବିନ୍ସ ଡାଲି ମଧ୍ୟ ସେବନ କରିପାରିବେ। କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ।
ଏହା ସହିତ ବ୍ରୋକଲୀ ମଧ୍ୟ ହାଡ଼କୁ ମଜଭୁତ୍ କରିବାରେ ସାହାଯ୍ୟ କରିଥାଏ। କାରଣ ବ୍ରୋକଲୀରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ।
ଏହାବ୍ୟତୀତ ହାଡ଼କୁ ମଜବୁତ୍ ରଖିବା ପାଇଁ ଆପଣ କାଜୁ, ବାଦାମ ଏବଂ ମାଛ ମଧ୍ୟ ଖାଇ ପାରିବେ।
Comments are closed.