Latest Odisha News

BREAKING NEWS

ସଚିନ, ସଲମାନଙ୍କୁ ଭେଟିଲେ ଜାମାଇକା ଧାବକ ୟୋହାନ୍ ବ୍ଲାକ୍ !

ଜାମାଇକାର ବିଶ୍ୱ ପ୍ରସିଦ୍ଧ ଧାବକ ୟୋହାନ ବ୍ଲାକ୍ ଏବେ ଭାରତ ଗସ୍ତରେ ଅଛନ୍ତି । ରୋଡ ସେଫଟି ୱର୍ଲ ସିରିଜ ଅବସରରେ ସେ ଏଠାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ବର୍ଷ ଦେଢ଼ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହଛନ୍ତି । ଏହି ଅବସରରେ ସେ ପ୍ରତିÂିତ ଖେଳାଳି ସଚିନ ତେନ୍ଦୁଲକର ଏବଂ ବଲିଉଡ ଷ୍ଟାର ସଲମାନ ଖାଁଙ୍କୁ ମଧ୍ୟ ଭେଟିଛନ୍ତି ।

୨ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ବ୍ଲାକ୍ ମାଷ୍ଟର ବ୍ଲାଷ୍ଟରଙ୍କୁ ତାଙ୍କ ଘରେ ଭେଟିଥିଲେ ।

ସଚିନଙ୍କ ସହ ସେ ଫଟୋ ଉଠାଇ ଟୁଇଟର ଓ ଇନଷ୍ଟ୍ରାଗାମରେ ଶେୟାର କରିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପରେ ସେ ଆଥଲେଟିକ୍ସରୁ ଅବସର ନେବେ ବୋଲି କହିଛନ୍ତି । ଏହା ପରେ କ୍ରିକେଟରେ ମନୋନିବେଶ କରିବା ସହ ଇଣ୍ଡିଆନ ପ୍ରିମିୟର ଲିଗର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି ।

ବ୍ଲାକ୍ ୱେଷ୍ଟଇଣ୍ଡିଜର କିଙ୍ଗଷ୍ଟନ ଟିମ୍ ପକ୍ଷରୁ ଖେଳନ୍ତି । ପୂର୍ବରୁ ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟ ମଧ୍ୟ କ୍ରିକେଟ ଖେଳିବା ନେଇ ଆଗ୍ରହ ପ୍ରକାଶ କରି ସାରିଛନ୍ତି ।

ଜାମାଇକାର ଏହି ଧାବକ ସୁପରଷ୍ଟାର ସଲମାନ ଖାଁ ଓ ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡ଼ିଜଙ୍କୁ ମଧ୍ୟ ସେମାନଙ୍କ ସେଟରେ ଭେଟିଥିଲେ । ଜ୍ୟାକଲିନ୍ ଏହି ଅବସରରେ ବ୍ଲାକଙ୍କୁ କେତେକ ବଲିଉଡ ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲେ ।

Leave A Reply

Your email address will not be published.