ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନରେ ଉତେଜନାମୂଳକ ଭାଷଣ ଦେବା ନେଇ ନିର୍ବାଚନ କମିଶନ ବିଜେପିର ଦିଲୀପ ଘୋଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁରୁବାର ସନ୍ଧ୍ୟାରୁ ୨୪ ଘଂଟା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନ ପ୍ରଚାର ଉପରେ ଇସି ନିଷେଧାଦେଶ ଜାରୀ କରିଛି । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ନିର୍ବାଚନ ଆଚରଣ ବିଧି ୧ ଏବଂ ୪ର ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇସି ପକ୍ଷରୁ କୁହାଯାଇଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ୨୪ ଘଂଟାର ନିର୍ବାଚନ ପ୍ରଚାର ଉପରେ କଟକଣା ଲଗା ଯାଇଥିଲା ।
Comments are closed.