Latest Odisha News

BREAKING NEWS

ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ଘରେ ସିବିଆଇ ଚଢ଼ାଉ; ନିକଟରେ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଥିଲେ

ନୂଆଦିଲ୍ଲୀ: ନିକଟରେ ରାହୁଲ ଗାନ୍ଦୀଙ୍କ ସହିତ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇ ଚର୍ଚ୍ଚାରେ ରହିଥିବା ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଅର୍ଥ ବିଭାଗର ସଚିବ ଥିବା ବେଳେ ମାୟାରାମ ଟଙ୍କା ଛାପିବା ନେଇ ଟେଣ୍ଡର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଦିଲ୍ଲୀ ଓ ଜୟପୁର ସ୍ଥିତ ତାଙ୍କ ଘରେ ସିବିଆଇ ଚଢ଼ାଉ କରିଛି।

ତା ସହିତ ଏହି ଅଭିଯୋଗରେ ଗୁରୁବାର ସିବିଆଇରେ ଏକ ମାମଲା ମଧ୍ୟ ହୋଇଛି।  ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଅରବିନ୍ଦଙ୍କ ସମେତ ଅର୍ଥମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଜଣା ଅଫିସରଙ୍କ, ଏବଂ  ଡି ଲା ରୁଇ ଇଣ୍ଟରନ୍ୟାସ୍ନାଲ ଲିମିଟେଡ୍ ୟୁକେ ବିରୋଧରେ ମାମଲା ରୁଜୁ ହୋଇଛି ହୋଇଥିବା ସୂଚନା ମିଳିଛି। ଭାରତୀୟ ମୁଦ୍ରାରେ ଲାଗିଥିବା ସ୍ୱତନ୍ତ୍ର ପ୍ରକାର ସୂତା ରପ୍ତାନୀରେ ଅନିୟମିତତା ହୋଇଥିବା ଅଭିଯୋଗରେ ଏହି ମାମଲା ହୋଇଛି ବୋଲି ସିବିଆଇ କହିଛି।

Leave A Reply

Your email address will not be published.