Latest Odisha News

ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ : ରାଜ୍ୟଗୁଡ଼ିକରେ ବିଜେପିର ସ୍ଥିତି କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବ। ବୁଧବାର ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଏଥିପାଇଁ ଆଜି ଦିନ ୨.୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି କମିଶନ ନିର୍ବାଚନ ଚାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଏହି ୩ ରାଜ୍ୟରେ ରାଜନୈତିକ ସ୍ଥିତି ଦେଖିଲେ ବିଜେପି ୩ଟି ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଶାସନ କରୁଛି। ତ୍ରିପୁରାରେ ସମ୍ପୂର୍ଣ୍ଣ ବିଜେପି ସରକାର ଥିବା ବେଳେ ନେଘାଳୟ ଓ ନାଗାଲଣ୍ଡରେ ଶାସକ ଦଳ ସହ ମେଣ୍ଟ କରି ଦଳ ସରକାର ଚଳାଇଛି। ତେଣୁ ବିଜେପି ପାଇଁ ୩ ରାଜ୍ୟରେ ସ୍ଥିତି ପଜିଟିଭ୍ ରହିପାରେ ବୋଲି କୁହାଯାଉଛି।


ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାର ୫ ବର୍ଷିଆ ବିଧାନସଭା କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ ୧୨, ମାର୍ଚ୍ଚ ୧୫ ଓ ମାର୍ଚ୍ଚ ୨୨ ଶେଷ ହେଉଛି। ତେଣୁ ୩ ରାଜ୍ୟରେ ନିର୍ବାଚନ କରାଇବା ପାଇଁ ଗତ ସପ୍ତାହରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ଏତ ହୈଠକ ହୋଇଥିଲା। ୩ ରାଜ୍ୟର ଭ୍ରମଣ କରି ପୋଲିଂ ପାଇଁ ସ୍ଥିତି ପରଖିଥିଲେ ନିର୍ବାଚନ କମିଶନ ଟିମ୍। ୩ଟି ରାଜ୍ୟରେ ସମସ୍ତ ରାଜନୈତିକ ଦଳଙ୍କ ସହ ବସି ୩ ବୈଠକ ହୋଇଥିଲା। ଏହି ବୈଠକରେ ନେତାଙ୍କ ସହ ସମ୍ପର୍କିତ ଅଫିସର ଓ କେନ୍ଦ୍ର ସୁରକ୍ଷା କର୍ମୀ ଅଫିସରମ ମଧ୍ୟ ଉପସ୍ଥିତ ଥିଲେ।

ଏହିସବୁ ରାଜ୍ୟଗୁଡ଼ିକରେ ନିରପେକ୍ଷ ନିର୍ବାଚନ ସହିତ ଭିନ୍ନକ୍ଷମ, ବୟସ୍କଙ୍କ ପାଇଁ ଭୋଟିଂର ସୁଯୋଗ ଓ ଡୋର୍‌ ଷ୍ଟେପ୍‌ ଭୋଟିଂ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ତେବେ ନିରପେକ୍ଷ ନିର୍ବାଚନ ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସିଇସି ରାଜୀବ କୁମାର କହିଥିଲେ।

Comments are closed.